କାନପୁର: ଉତ୍ତରପ୍ରଦେଶର କାନପୁରରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ୧୭ ଦିନ ପୂର୍ବେ ବିବାହ ହୋଇଥିବା ସଫ୍ଟୱୟାର ଇଞ୍ଜିନିୟର ନବବଧୂଙ୍କର ଶାଶୁ ଘରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶବବ୍ୟବଚ୍ଛେଦ ପରେ ନବବଧୂଙ୍କ ମୃତ୍ୟୁ ଉପରୁ ପରଦା ଉଠିଛି । ପୁଲିସ ମୃତକଙ୍କ ସ୍ୱାମୀଙ୍କୁ ଏହି ଘଟଣାରେ ଗିରଫ କରି ନେଇଛି।
ଏଭଳି ଏକ ଦୁଃଖଦ ଘଟଣା ନୌବସ୍ତା ଥାନା ଅଞ୍ଚଳସ୍ଥ କେଶବ ନଗରରେ ଘଟିଛି। ଏଠାରେ ରହୁଥିବା ସଫ୍ଟୱୟାର ଇଞ୍ଜିନିୟର ଅମନଦୀପଙ୍କ ବିବାହ ମଧ୍ୟପ୍ରଦେଶର ସହଡୋଲରେ ରହୁଥିବା ଇଟା ବ୍ୟବସାୟୀ ନୀରଜ ଗୁପ୍ତାଙ୍କ ସଫ୍ଟୱେୟାର ଇଞ୍ଜିନିୟର ଝିଅ ଆରଜୁ ସହିତ ଡିସେମ୍ବର ୮ରେ ଧୁମଧାମରେ ହୋଇଥିଲା। ବିବାହ ପରେ ଆରଜୁ ଚଳିତ ମାସରେ ଚାକିରି ଛାଡି ଦେଇଥିଲେ।
ଆରଜୁଙ୍କ ଭାଇ ଅମନଙ୍କ କହିବାନୁସାରେ, ଡିସେମ୍ବର ୨୫ରେ ଭଉଣୀ ଶାଶୁଘରୁ ଫୋନ ଆସିଥିଲା କି ଆରଜୁ ବାଥରୁମରେ ପଡ଼ିଯିବାରୁ ତାର ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି। ତେଣୁ ଖବର ପାଇ ଆରଜୁଙ୍କ ଶାଶୁ ଘର କାନପୁରରେ ପହଞ୍ଚିଲା ବେଳକୁ ଭଉଣୀର ମୃତ୍ୟୁ ହୋଇଯାଇଥିଲା। ଘଟଣା ଦିନ ମୁଁ ମୋ ଭଉଣୀ ସହିତ ସକାଳେ କଥାବାର୍ତ୍ତା ହୋଇଥିଲି। ସେତେବେଳ ପର୍ଯ୍ୟନ୍ତ ସବୁକିଛି ଠିକ ରହିଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହିତ ଘଟଣାର ୨୪ ଘଣ୍ଟା ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୂରା ଘଟଣା ଉପରୁ ପରଦା ଉଠିଥିଲା। ରିପୋର୍ଟରୁ ଜଣାପଡ଼ିଥିଲା କି ଆରଜୁଙ୍କ ମୃତ୍ୟୁ ବାଥରୁମରେ ନୁହେଁ ବରଂ ଶ୍ୱାସରୁଦ୍ଧ ହୋଇ ହୋଇଥିବା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାରେ ତୁରନ୍ତ ମୃତକଙ୍କ ସ୍ୱାମୀ ଅମାନଦୀପଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।