ଅଳଙ୍କାର ଦୋକାନ ସାମ୍ନାରେ ଅଣ୍ଡା ଖାଇବାରୁ ୧୭ ବର୍ଷିୟ ତରୁଣଙ୍କ ଉପରକୁ ଗୁଳି ମାଡ଼

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ଜ୍ୟୋତି ନଗର ଠାରେ ଥିବା ଏକ ଅଳଙ୍କାର ଦୋକାନ ସାମ୍ନାରେ ନିଜ ବନ୍ଧୁମାନଙ୍କ ସହ ଅଣ୍ଡା ଖାଇବା କାରଣରୁ ଜଣେ ୧୭ ବର୍ଷିୟ ତରୁଣଙ୍କୁ ଗୁଳି ମାଡ଼ ହୋଇଥିବା କଥା ଶନିବାର ଦିନ ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ଘଟନାଟି ଶୁକ୍ରାବାର ଦିନ ଘଟିଛି।

ପୀଡ଼ିତ ତରୁଣ ମନୀଷ ତା’ର ବନ୍ଧୁମାନଙ୍କ ସହ ଉମେଶ ବର୍ମାଙ୍କ ଦୋକାନ ସାମ୍ନାରେ ଅଣ୍ଡା ଖାଉଥିଲେ। ଦୋକାନ ମାଲିକ ଏ ସମ୍ପର୍କରେ ମନୀଷ ଓ ତା’ର ବନ୍ଧୁମାନଙ୍କ ନିକଟରେ ଆପତ୍ତି କରିଥିଲେ। ପରେ ସେ ଡକାଇଥିବା କେତେ ଜଣ ଲୋକ ସେଠାରେ ପହଞ୍ଚି ମନୀଷଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ଡେପୁଟି ପୁଲିସ କମିସନର ଅତୁଲ କୁମାର ଠାକୁର କହିଛନ୍ତି।

ଛାତିରେ ଗୁଳି ଚୋଟ ଲାଗିଥିବା ମନୀଷଙ୍କୁ ଗୁରୁ ତେଗ ବାହାଦୁର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଏବେ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ମାମଲା ରୁଜୁ କରାଯାଇ ବର୍ମାଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର