ନୋଇଡା: ଗଣଦୁଷ୍କର୍ମର ଶିକାର ହେଲେ ୧୭ ବର୍ଷୀୟା ନାବାଳିକା

ନୋଇଡ଼ା: ଉତ୍ତରପ୍ରଦେଶର ନୋଇଡାଠାରେ ଜନୈକା ୧୭ ବର୍ଷୀୟା ନାବାଳିକା ୩ ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୧୧ ତାରିଖରେ ଘଟିଥିବା ଏହି ଗଣଦୁଷ୍କର୍ମରେ ସାମିଲ ଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କର ପରିଚିତ ବୋଲି ପୁଲିସ୍‌ ପ୍ରକାଶ କରିଛି।

ଶୁକ୍ରବାର ନାବାଳିକା ପୀଡ଼ିତା ଜଣକ ଦାନକୌର ପୁଲିସ୍‌ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏପରିକି ଦୁର୍ବୃତ୍ତମାନେ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଏ ସଂପର୍କରେ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲେ। ମାତ୍ର ପୀଡ଼ିତାଙ୍କ ମାଆ ତାଙ୍କୁ ସାହସ ଦେବାରୁ ସେ ପୁଲିସ୍‌ରେ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି।

ଅଭିଯୋଗ ପାଇବା ପରେ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ କେଉଁଆଡ଼େ ପଳାଇ ଯାଇଛନ୍ତି ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ ପାଇଛି।

ନିକଟରେ ଏହିପରି ଆଉ ଏକ ଘଟଣା ମଧ୍ୟ ଘଟିଯାଇଛି।୧୯ ବର୍ଷୀୟା ଜନୈକା ଯୁବତୀଙ୍କୁ ଭୋପାଳର ହବିବଗଞ୍ଜ ରେଳବାଇ ଷ୍ଟେସନରେ ଗଣଦୁଷ୍କର୍ମ ହୋଇଥିଲା। ତେବେ, ପୀଡ଼ିତା ଜଣକ ନିଜ ଇଚ୍ଛା ଅନୁସାରେ ଶାରୀରିକ ସଂପର୍କ ରଖିଥିଲେ ବୋଲି ବୟାନ ଦେଇ ସୁଲତାନିଆ ହସ୍ପିଟାଲର ୨ ଜଣ ଡାକ୍ତର ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର