ଗୁଜାରାଟ: ମାଡ଼ ଖାଇ ପ୍ରାଣ ହରାଇଲେ ଆଦିବାସୀ ଝିଅକୁ ପ୍ରେମ କରୁଥିବା ୧୭ ବର୍ଷିୟ ମୁସଲମାନ ତରୁଣ

ବାରୁଚ: ଆଦିବାସୀ ଝିଅ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ୧୭ ବର୍ଷିୟ ମୁସଲମାନ ତରୁଣଙ୍କୁ ପିଟି ପିଟି ମାରିଥିବା ଅଭିଯୋଗରେ ଶନିବାର ଦିନ ଚାରି ଜଣଙ୍କୁ ଗିରଫ କରାଯାଇଛି।

ମୃତ ତରୁଣ ହେଉଛନ୍ତି ଫୈଜ୍‌।

ଅଙ୍କଲେସ୍ୱର ଡେପୁଟି ଏସ୍‌ପି ଏଲ୍‌ଏ ଝାଲା କହିଛନ୍ତି: ଝାଗାଡ଼ିଆ ତହସିଲ୍‌ରେ ଜୁଲାଇ ୨୪ ତାରିଖ ଦିନ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଝାଗାଡ଼ିଆ ଥାନାରେ ଏତଲା ଦିଆଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲୁ ରହିଛି।

ଫୈଜ୍‌ଙ୍କ ବାପା ମହମ୍ମଦ ସୁଲ୍‌ତାନ୍‌ ଅବ୍ଦୁଲ୍‌ ରହିମ୍‌ କୁରେଶି କହନ୍ତି ଯେ ପାଞ୍ଚଜଣ ସାଙ୍ଗଙ୍କ ସହ ତାଙ୍କ ପୁଅ ଅଙ୍କଲେଶ୍ୱର ଯାଇଥିବା ବେଳେ ଘଟଣାଟି ଘଟିଥିଲା।

Image Source: DNA

ତାକୁ ଦୁଇ ଦୁଇଟି ଡାକ୍ତରଖାନାକୁ ନେଲୁ, କିନ୍ତୁ ବଞ୍ଚାଇ ପାରିଲୁ ନାହିଁ।

ସେ କହନ୍ତି: ମୁଁ ତାକୁ ଡାକ୍ତରଖାନା ନେଲି। ତାକୁ ଏଡ଼େ ଯୋର୍‌ରେ ମାଡ଼ ହୋଇଥିଲା ଯେ ତା’ର ହାତ, ଯକୃତ୍‌ ଏବଂ ପଞ୍ଜରା ନଷ୍ଟ ହୋଇ ଯାଇଥିଲା। ବଞ୍ଚିବାର ଆଶା କ୍ଷୀଣ ବୋଲି ଡାକ୍ତରମାନେ ମତେ କହିଲେ। ତେଣୁ ମୁଁ ତାକୁ ନେଇ ସୁରଟର ଏକ ଡାକ୍ତରଖାନାକୁ ଗଲି। ଡାକ୍ତରମାନେ ଚିକିତ୍ସା କଲେ, କିନ୍ତୁ ତାକୁ ବଞ୍ଚାଇ ପାରିଲେ ନାହିଁ।

ତାଙ୍କ ପୁଅ ନ୍ୟାୟ ପାଉ ବୋଲି କୁରେଶି ଏବଂ ତାଙ୍କ ପତ୍ନୀ ଦାବି କରିଛନ୍ତି।

ପୁଲିସ ଫାଇଲ୍‌ କରିଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ଅଛି ଯେ ଫୈଜ୍‌ ବୋରିଦ୍ରା ଗାଁର ଜଣେ ଆଦିବାସୀ ଝିଅକୁ ପ୍ରେମ କରୁଥିଲା। ସେଥିପାଇଁ ଦଶବାର ଜଣ ପିଲା ତାକୁ ଠେଙ୍ଗା ଓ ପାଇପ୍‌ରେ ପିଟିଥିଲେ।

ସମ୍ବନ୍ଧିତ ଖବର