୧ ଘଣ୍ଟାରେ ୩ଟି ସ୍ଥାନରେ ଭିନ୍ନ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ଯୁବତୀ
ଲଣ୍ଡନ: ପୂର୍ବ ଲଣ୍ଡନର ଜଣେ ୧୭ ବର୍ଷୀୟା ଯୁବତୀ ଘଣ୍ଟାକ ମଧ୍ୟରେ ୩ଟି ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିବା ପରି ଏକ ଲୋମହର୍ଷଣକାରୀ ଘଟଣା ଏବେ ପଦାକୁ ଆସିଛି। ଏହି ଘଟଣା ପ୍ରଚାର ହେବା ପରେ ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ୫ ଜଣ ଦୁର୍ବୃତ୍ତ ଏ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରୁଛି। । ଯେତେବେଳେ ଏହି ୧୭ ବର୍ଷୀୟା ଯୁବତୀ ଜଣକ ତାଙ୍କ ବନ୍ଧୁୁମାନଙ୍କ ଠାରୁ ଏକ ନାଇଟ୍ କ୍ଲବ୍ରୁ ବିଦାୟ ନେଇ ଘରକୁ ଫେରୁଥିଲେ , ସେତେବେଳେ ଏହି ଅଘଟଣ ଘଟିଛି ବୋଲି ପୁଲିସ କହିଛି।
ଏହି ୧୭ ବର୍ଷୀୟା ଯୁବତୀ ଜଣକ ତାଙ୍କ ବନ୍ଧୁୁମାନଙ୍କଠାରୁ ଏକ ନାଇଟ୍ କ୍ଲବ୍ରୁ ବିଦାୟ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ରାତି ୧୧ଟା ୫୫ ମିନିଟ୍ରୁ ରାତି ୧୨ଟା ୫୫ ମିନିଟ୍ ମଧ୍ୟରେ ତିନିଟି ସ୍ଥାନରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା ଏବଂ ପ୍ରତ୍ୟେକ ଘଟଣାରେ ଅଭିଯୁକ୍ତମାନେ ଭିନ୍ନ ଭିନ୍ନ ଥିଲେ। ସିସିଟିଭି ପୁଟେଜ୍ରେ ଅଭିଯୁକ୍ତମାନଙ୍କ ଚେହେରା ରେକର୍ଡିଂ ହୋଇଛି। ପୁଲିସ ଏହି ସିସିଟିଭି ଫୁଟେଜ୍ ଜାରି କରି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯୁବତୀ ଜଣକ ଗତ ୨୯ ତାରିଖ ରାତି ୧୧ଟା ୫୫ ମିନିଟ୍ରୁ ରାତି ୧୨ଟା ୫୫ ମିନିଟ୍ ମଧ୍ୟରେ ତିନିଟି ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ପ୍ରତ୍ୟେକ ଘଟଣାରେ ଅଭିଯୁକ୍ତମାନେ ଭିନ୍ନ ଭିନ୍ନ ଥିଲେ। ଏପରିକି ଯୁବତୀ ଶେଷ ଥର ଏକ ଛୋଟିଆ ଗ୍ରୁପ୍ର ଶିକାର ହୋଇଥିବା ପୁଲିସ କହିଛି। ଏହି ଘଟଣା ଯେଉଁ ରାସ୍ତାରେ ଘଟିଥିଲା ସେହି ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୁଲିସ ଦୁଇ ନମ୍ବର ଓ ତିନି ନମ୍ବର ଘଟଣାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଲୋକଙ୍କ ସାହାଯ୍ୟ ଲୋଡିଛି ।ଲଣ୍ଡନ୍ ମେଟ୍ରୋପଲିଟାନ୍ ଚାଇଲ୍ଡ ଆବ୍ୟୁଜ ଆଣ୍ଡ ସେକ୍ସୁଆଲ ଅଫେନ୍ସ୍ କମାଣ୍ଡର ଡି ସୁଜାନେ ଜୋର୍ଡାନ କହିଛନ୍ତି ଯେ ଏହି ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ଯୌନ ନିର୍ଯାତନା ଘଟଣା। ଯେଉଁଥିରେ ମାତ୍ର ୧୭ ବର୍ଷର ଜଣେ ଯୁବତୀ ଯିଏ ନିଜ ଘରକୁ ଏକ କ୍ଲବ୍ରୁ ଫେରୁଥିଲେ ଯୌନ ରାକ୍ଷସମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଆମେ ଏଥିପାଇଁ ସେହି ଲୋକମାନଙ୍କୁ କୃତଜ୍ଞାତା ଜଣାଉଛୁ, ଯେଉଁମାନେ ସ୍ୱଇଛାରେ ଆଗଭର ହୋଇ ଯୁବତୀଙ୍କୁ ରକ୍ଷା କରିଛନ୍ତି। ଯେଉଁ ସିସିଟିଭି ଫୁଟେଜ୍ ମିଳିଛି, ତାକୁ ଦେଖି ଯଦି କେହି ଏହି ଦୁର୍ବୃତ୍ତମାନଙ୍କୁ ଚିହ୍ନ ପାରନ୍ତି, ତେବେ ତୁରନ୍ତ ପୁଲିସକୁ ସୂଚନାଦେବାକୁ ଜୋର୍ଡାନ ଅନୁରୋଧ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଯୁବତୀ ଜଣକୁ ଘରକୁ ପେରୁଥିବା ବେଳେ ପ୍ରଥମେ ତାଙ୍କୁ କ୍ୟାମ୍ବ୍ରିଜ ହେଲ୍ଥ ରୋଡ୍ରେ ଜଣେ ବ୍ୟକ୍ତି ନେଇ ଯାଉଥିବା ସିସିଟିଭିରେ ଦେଖାଯାଉଛି। ତା’ପରେ ଯୁବତୀ ଜଣକ ସେହି ରାସ୍ତାରେ ଥିବା ଏକ ଘରର ଦୁଆର ମୁହଁରେ ଦେଖାଯାଉଛନ୍ତି। କିଛି ସମୟ ପରେ ପୁରୁଷ ଲୋକଟି ଦେଖିବାକୁ ମିଳୁ ନାହାଁନ୍ତି। କିନ୍ତୁ ଯୁବତୀଙ୍କ ପୋଷାକର ଉପର ଅଂଶ ସେହି ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହି ଘଟଣାର କିଛି ସମୟ ପରେ ଯୁବତୀ ଜଣଙ୍କୁ ଜଣେ ଦାଢ଼ିବାଲା ବ୍ୟକ୍ତି ଏକ ରେସିଙ୍ଗ ସାଇକେଲରେ ଫଲୋ କରୁଥିବା ଅନ୍ୟ ଏକ କ୍ୟାମେରାରେ ଦେଖିବାକୁ ମିଳୁଛି। ଏହି ଘଟଣା ମିଣ୍ଟ ଷ୍ଟ୍ରିଟ୍ରେ ଦେଖିବାକୁ ମିଳୁଛି।ଏଠାରେ କ୍ୟାମେରାରେ ଦେଖାଯାଉଛି ଯେ ସେହି ବ୍ୟକ୍ତି ଯୁବତୀଙ୍କୁ ଷ୍ଟ୍ରିଟ୍ ପଛପଟୁକୁ ନେଇ ଯାଉଛନ୍ତି, ଯେଉଁଠାରେ ସେମାନେ ବେଶ କିଛି ସମୟ ରହୁଛନ୍ତି। ତା’ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଉଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି। ବିପର୍ଯ୍ୟସ୍ତ୍ ପୋଷାକ ପରିହିତା ଯୁବତୀ ଜଣକ କିଛି ସମୟ ପରେ କ୍ୟାମେରାରେ ଦେଖା ଯାଉଛନ୍ତି ଓ ସେ କୋରଫିଡ୍ ଷ୍ଟ୍ରିଟ୍ ଆଡକୁ ଯାଉଥିିବା ଦେଖିବାକୁ ମିଳୁଛି। ଏହାର କିଛି ସମୟ ପରେ ଯୁବତୀ ଜଣକୁ ତୃତୀୟ ଥର ପାଇଁ ଯୌନ ନିର୍ଯ୍ୟାତନାର ଶିକାର ହାଇଥିବା ପୁଲିସ ସନ୍ଦେହ କରୁଛି, ଯେଉଁଥିରେ ଅନ୍ୟୁନ ୩ ଜଣ ସଂଶ୍ଳିଷ୍ଟ ଥିବା ଆଶଙ୍କା କରାଯାଉଛି।
ତୃତୀୟ ଘଟଣାଟି କାରଫିଡ୍ ଷ୍ଟ୍ରି୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକଡିଂ ହୋଇଛି। ସିସିଟିଭି ଫୁଟେଜ୍ -୩ ଦର୍ଶାଉଛି ଜଣେ ଅଭିଯୁକ୍ତ କିଛି ବାଟ ଚାଲି ଚାଲି ଆସିବା ପରେ ତାଙ୍କ ସହିତ ଆଉ ଦୁଇଜଣ ଅଭିଯୁକ୍ତ ମିଶୁଛନ୍ତି। ସେମାନେ ଏକ କାର ପାର୍କିଂ ସ୍ଥାନରେ ଯୁବତୀଙ୍କ ସହିତ ଦେଖାଯାଉଛନ୍ତିି। ସମ୍ଭବତଃ ଏହିଠାରେ ସେମାନେ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି। ଏହାର କିଛି ସମୟରେ ସଜ୍ଞାହୀନ ଭାବେ ତଳେ ପଡ଼ିଥିବା ଯୁବତୀଙ୍କୁ ଦେଖି ଲୋକେ ପୁଲିସକୁ ଫୋନ କରି ସୂଚନା ଦେଇଥିଲେ। ତା’ ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ସନ୍ଦେହ କରୁଛି ଯୁବତୀଙ୍କୁ ନିଶା ଦିଆଯାଇ ଏପରି କାଣ୍ଡ କରାଯାଇଛି। ତେଣୁ ପୁଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରୁଛି ବାଲି ଲଣ୍ଡନ୍ ପୁଲିସ କହିଛି।