ୟୁପିରେ ସାମ୍ପ୍ରଦାୟିକ ସଂଘର୍ଷ: ୧୮ ଗିରଫ

ଲକ୍ଷ୍ନୌ: ଆଜି ୟୁପିିର ଭଦୋହିସ୍ଥିତ କୋଟଓ୍ଵାଲିଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା କଳହ ପରେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ପଥର ମାଡ଼ କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସଂପୃକ୍ତ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ମିଳିଥିବା ଖବର ମୁତାବକ, ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ବିବାହ ଉତ୍ସବରେ ଗୀତ ବାଜୁଥିବା ବେଳେ ଦଳିତ ସମ୍ପ୍ରଦାୟର କିଛି ନାବାଳକ ଉକ୍ତ ସ୍ଥାନକୁ ଯାଇ ମାଇକ୍‌ ବନ୍ଦ କରିବାକୁ କହିଥିଲେ। ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇ ପରେ ବଡ଼ ହିଂସାର ରୂପ ନେଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବନ୍ଧିତ ଖବର