ବାପାଙ୍କ ବନ୍ଧୁ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ୧୮ ମାସର ଶିଶୁ କନ୍ୟା

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୮ ମାସର ଶିଶୁ କନ୍ୟା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦିଲ୍ଳୀ ପୁଲିସ୍‌ ଶାହାପୁର ଜଟ୍‌ ଅଞ୍ଚଳର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାଟି ସୋମବାର ଦିନ ଘଟିଯାଇଛି। ଶିଶୁଟିର ମାଆ ତାଙ୍କ ଝିଅକୁ ତାଙ୍କ ସ୍ୱାମୀଙ୍କର ଜଣେ ବନ୍ଧୁଙ୍କ ଜିମାରେ ଦେଇ ଯାଇଥିବା ବେଳେ ଉକ୍ତ ବନ୍ଧୁ ଜଣକ ସୁଯୋଗ ନେଇ କୁନି ଶିଶୁ ସହ ଏପରି ଆଚରଣ ପ୍ରଦର୍ଶନ କରିଥିଲେ।

ଶିଶୁଟିର ବାପା ପ୍ରଥମେ ସକାଳୁ ସକାଳୁ ଅଫିସ୍‌ ବାହାରି ଚାଲି ଯାଇଥିଲେ। ତା’ପରେ ଶିଶୁଟିର ମାଆ ଏବଂ ଅନ୍ୟ ଭାଇଭଉଣୀ ମଧ୍ୟ ଘର ଛାଡ଼ି କାମରେ ବାହାରି ଯାଇଥିଲେ। ଶିଶୁଟିକୁ ଏକୁଟିଆ ପାଇ ଦୁର୍ବୃତ୍ତ ଜଣକ ଏପରି କାଣ୍ଡ ରଚିଥିବା ଜାଣିବାକୁ ମିଳିଛି।

ଶିଶୁଟିର ମାଆ ସଂଧ୍ୟାରେ ଘରକୁ ଫେରି ଦେଖିବାକୁ ପାଇଲେ ଯେ ସେ ଖୁବ୍‌ ଜୋର୍‌ରେ କାନ୍ଦୁଛି ଏବଂ ତା’ର ଗୁପ୍ତାଙ୍ଗରୁ ରକ୍ତ ବାହାରୁଛି। ସେ ତାଙ୍କ ପିଲାକୁ ନେଇ ନିକଟସ୍ଥ ହସ୍ପିଟାଲ୍‌କୁ ଗଲେ। ସେଠାରେ ଡାକ୍ତରମାନେ କହିଲେ ଯେ ସେ ଯୌନ ଶୋଷଣର ଶିକାର ହୋଇଛି।

୨୧ ବର୍ଷିଅ ଏହି ଅଭିଯୁକ୍ତ ଯୁବକ ଜଣକ ଅବିବାହିତ ବୋଲି ଜାଣିବାକୁ ମିଳିଛି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

 

ସମ୍ବନ୍ଧିତ ଖବର