ହଷ୍ଟେଲ ଶୌଚାଳୟରେ ସନ୍ତାନ ପ୍ରସବ କରି ବାଲଟିରେ ଛାଡ଼ି ଚାଲିଗଲେ ୧୮ବର୍ଷର ଛାତ୍ରୀ

 

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେର ଏକ ହଷ୍ଟେଲ ଗାଧୁଆଘରେ ଜଣେ ୧୮ବର୍ଷର ଛାତ୍ରୀ ଶିଶୁକୁ ଜନ୍ମ ଦେବା ପରେ ବାଲଟିରେ ଛାଡ଼ି ଚାଲି ଯାଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହଷ୍ଟେଲ ଓ୍ଵାର୍ଡେନ୍‌ ଶିଶୁର କାନ୍ଦ ଶୁଣି ଗାଧୁଆଘର ପର୍ଯ୍ୟନ୍ତ ପହଞ୍ଚିବା ପରେ ନବଜାତକୁ ବଲଟିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଓ୍ଵାର୍ଡେନ୍‌ ପୁଲିସରେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନବଜାତକୁ ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

ଗତ ସୋମବାର ପୁଲିସ ସୂତ୍ରରୁ ପ୍ରକାଶ, ଧୁଲେ ଜିଲ୍ଲାର ସକରାସ୍ଥିତ ସାବିତ୍ରୀବାଇ ଫୁଲେ ଆଦିବାସୀ ଗାଲର୍ସ ହଷ୍ଟେଲ୍‌ର ଶୌଚାଳୟରେ ଗତ ଫେବ୍ରୁଆରି ୨୯ ତାରିଖରେ ଜଣେ ଛାତ୍ରୀ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଶୌଚାଳୟରେ ଛାତ୍ରୀଜଣକ ଶିଶୁକୁ ଜନ୍ମ ଦେବା ପରେ ବଲଟିରେ ଛାଡ଼ି ଚାଲି ଯାଇଥିଲେ।

18 year old girl gives birth to child in girls hostel bathroom
oneindia

ସକରି ଥାନା ପୁଲିସ ଇନ୍ସପେକ୍ଟର ଦେବିଦାସ୍‌ ଦାମନେଙ୍କ କହିବାନୁସାରେ, ଯାଞ୍ଚ ସମୟରେ ନବଜାତକୁ ଦାବି କରିବା ପାଇଁ କୌଣସି ବି ଛାତ୍ରୀ ଆଗକୁ ଆସି ନଥିଲେ। ସନ୍ଦେହ ଆଧାରରେ ଜଣେ ଛାତ୍ରୀଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଥିଲା।

Image result for 18-year-old-girl-gives-birth-to-child-in-girls-hostel-bathroom
ANI News

ସେଠାରେ ଉକ୍ତ ନବଜାତକୁ କେଉଁ ଛାତ୍ରୀ ଜନ୍ମ ଦେଇଥିଲେ, ତାହା ସ୍ପଷ୍ଟ ହୋଇଥିଲା। ନବଜାତ ଓ ଛାତ୍ରୀଙ୍କୁ ଧୁଲେସ୍ଥିତ ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାର ଯାଞ୍ଚ କରାଯାଉଛି ବୋଲି ପୁଲିସ ଇନ୍ସପେକ୍ଟର କହିଛନ୍ତି।

 

ସମ୍ବନ୍ଧିତ ଖବର