ନିର୍ବନ୍ଧ ଭାଙ୍ଗିବାର ପ୍ରତିଶୋଧ: ଯୁବତୀଙ୍କୁ ୯ ଥର ଛୁରୀ ଭୁସିଲେ ଯୁବକ

କୋଟା: ସ୍ଥାନୀୟ ଭିମନଗର ପୁଲିସ ଷ୍ଟେସନ ଅନ୍ତର୍ଗତ ନେହେରୁ ନଗରରେ ଶୁକ୍ରବାର ସନ୍ଧ୍ୟାରେ ଉର୍ଦ୍ଦୁ ଟ୍ୟୁସନ ପାଇଁ ଯାଉଥିବା ବେଳେ ଜଣେ ଯୁବକ ଛୁରୀ ଭୁସି ୧୮ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିଛି । ନିର୍ବନ୍ଧ ଭାଙ୍ଗି ଯାଇଥିବାରୁ ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ଯୁବକ ଏପରି କରିଥିବା ପୁଲିସ ସୂଚନା ଦେଇଛି।

ନେହେରୁ ନଗର ଅଞ୍ଚଳରେ ରହୁଥିବା ସାହିନନୁର ଶୁକ୍ରବାର ସନ୍ଧ୍ୟାରେ ଟ୍ୟୁସନ୍‌ ପାଇଁ ଯାଉଥିବା ସମୟରେ ବୋରେଖେଡ଼ାର ୨୫ ବର୍ଷିୟ ଯୁବକ ସାବିର ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ସେ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ୮-୯ ଥର ଛୁରୀ ଭୁସିଥିଲା। ସଙ୍ଗେ ସଙ୍ଗେ ସାହିନନୁରଙ୍କୁ ମାହାରାଓ ଭିମ ସିଂ (ଏମବିଏସ) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମାତ୍ରାଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା । ଶନିବାର ସାହାନନୁରଙ୍କ ଶରୀରକୁ ପୋଷ୍ଟମୋଟମ ପରେ ପରିବାର ଲୋକଙ୍କୁ ଦିଆଯାଇଛି।

କିଛି ଦିନ ପୂର୍ବେ ସାବିର ଏବଂ ସାହିନନୁରଙ୍କ ନିର୍ବନ୍ଧ ହୋଇଥିଲା କିନ୍ତୁ କୌଣସି କାରଣ ଯୋଗୁଁ ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ସାହିନନୁରଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ ସାବିର । ତାଙ୍କୁ ଏକୁଟିଆ ଦେଖି ଶୁକ୍ରବାର ଦିନ ସାବିର ସାହିନନୁରଙ୍କୁ ହତ୍ୟା କରିଥିଲା । ହତ୍ୟା ଅଭିଯୋଗରେ ସାବିରଙ୍କୁ ଆଇପିସି ଧାରା ୩୦୨ ଅନ୍ତର୍ଗତ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର