କାର୍‌ରେ ୧୯ବର୍ଷର ବାଳକ ୧୮ବର୍ଷର ବାଳିକା ଦ୍ୱାରା ଦୁଷ୍କର୍ମର ଶିକାର

ନିୟୁର୍କ: ଆମେରିକାରେ ଏକ ଅଜବ ଧରଣର ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୧୮ବର୍ଷର ବାଳିକା ୧୯ବର୍ଷର ଜଣେ ବାଳକକୁ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବାର ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ଏହି ଯୁବତୀଙ୍କ ନାମ ଲେଷ୍ଟିନ୍‌ ସ୍ମିଥ୍‌ ଏବଂ ସେ ସାଗିନାବ ଟାଉନ୍‌ରେ ବସବାସ କରୁଥିବା ଜଣାପଡ଼ିଛି। ପୁଲିସ ବାଳିକାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା। କୋର୍ଟ ବାଳିକାଙ୍କ ମାମଲାର ବିଚାର କରି ୩୧୩ଦିନ ପାଇଁ ଜେଲ ଓ ଏକ ହଜାର ଡଲାର ଜରିମାନାର ଶୁଣାଣି କରିଛନ୍ତି। ଏଥିସହିତ ସ୍ମିଥ୍‌ ସେ ପର୍ଯ୍ୟନ୍ତ ଜେଲରେ ଅଛନ୍ତି ତାଙ୍କୁ ଜିପିିଏସ୍‌ ଡିଭାଇସ୍‌ ପିନ୍ଧିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜାନୁଆରି ୧୧ ତାରିଖ ଦିନ ସ୍ମିତ ସାଗିନାମ ଟାଉନ୍‌ରେ ୧୯ବର୍ଷର ବାଳକ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିଥିଲା। କେବଳ ଏତିକି ନୁହେଁ ସେ ଏହି ସମୟର ଦୃଶ୍ୟକୁ ମୋବାଇଲରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲା।

ପୀଡିତଙ୍କ କହିବାନୁସାରେ, ସେ ପାର୍କିରେ ରଖିଥିବା ତାଙ୍କ କାର ପାଖକୁ ଯାଉଥିଲେ। ଏହି ସମୟରେ ସ୍ମିଥ୍‌ ଜୋରଜବରଦସ୍ତି ତାଙ୍କୁ କାର ଭିତରକୁ ଟାଣି ନେଇଥିଲା ଏବଂ ମାରପିଟ ମଧ୍ୟ କରିଥିଲା। କେବଳ ଏତିକି ନୁହେଁ ଛୁରୀ ଦେଖାଇ ତାଙ୍କ ସହ ଦୁଷ୍କର୍ମ ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର