ଭୁବନେଶ୍ବର: କ୍ୟୁଏଟି ସହାୟତାରେ ଏୟାରପୋର୍ଟ ଥାନା ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ସେ ହେଉଛି, କେଳାସାହିରେ ରହୁଥିବା ପୁରୀ ଡେଲାଙ୍ଗ ଅଞ୍ଚଳର ଦିଲୀପ ମହାପାତ୍ର। ତା’ଠାରୁ ୧୯ ଗ୍ରାମ୍ ବ୍ରାଉନସୁଗାର ସହ ୧୯୨୦ଟଙ୍କା ଓ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ବଜାର ଦର ୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଦିଲୀପ ଚିଲିକା ଡେଭଲପ୍ମେଣ୍ଟ ଅଥରିଟି କାର୍ଯ୍ୟାଳୟ ପାଖରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କ୍ୟୁଏଟି ଓ ଏୟାରପୋର୍ଟ ଥାନା ପୁଲିସ ରାସ୍ତାର ଉଭୟ ପାର୍ଶ୍ବକୁ ସିଲ୍ କରି ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। ଏସ୍ଆଇ ଗାୟତ୍ରୀ ମହାପାତ୍ରଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି। ଦିଲୀପ ନିଶାଦ୍ରବ୍ୟ ବିକ୍ରି କରିବା ପାଇଁ ଡେଲାଙ୍ଗରୁ ଆସି କେଳାବସ୍ତିରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଏୟାରପୋର୍ଟ ଥାନା ଭାରପ୍ରାପ୍ତ ଇନ୍ସ୍ପେକ୍ଟର ଉମାକାନ୍ତ ପ୍ରଧାନ କହିଛନ୍ତି।
୧୯ ଗ୍ରାମ୍ ବ୍ରାଉନସୁଗାର ଜବତ, ଯୁବକ ଗିରଫ
/sambad/media/post_attachments/wp-content/uploads/2019/06/arrest-1553980511.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)