ଜନ୍ମଦିନରେ କେକ୍‌ କାଟିଲେ ଯୁବତୀ, ଉପହାର ଦେବା ନାଁରେ ଗଣଦୁଷ୍କର୍ମ କଲେ ବନ୍ଧୁ

ମୁମ୍ବାଇ : ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରିବା ପାଇଁ ଔରାଙ୍ଗାବାଦ୍‌ରୁ ମୁମ୍ବାଇ ଆସିଥିବା ୧୯ବର୍ଷୀୟ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଏଭଳି ଅପରାଧ ପୀଡ଼ିତାଙ୍କ ଚାରିଜଣ ସାଙ୍ଗ କରିଥିବା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିବା ପରେ ପୀଡ଼ିତା କାହାକୁ କିଛି ନ ଜଣାଇ ଔରାଙ୍ଗାବାଦ୍‌ ଫେରି ଆସିଥିଲେ । କିଛି ଦିନ ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଜଣାଇଥିଲେ ଡାକ୍ତର । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ୪ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି ।

Image result for rape
IOL

ସୂଚନା ମୁତାବକ, ଘଟଣାଟି ଜୁଲାଇ ୭ତାରିଖରେ ଘଟିଥିଲା । ଘଟଣା ପରଠାରୁ ପୀଡ଼ିତାଙ୍କ ମନରେ ଡ଼ର ରହିଯିବା ସହ ସେ କାହାକୁ କିଛି ଜଣାଇ ପାରି ନଥିଲେ । ଜୁଲାଇ ୨୫ରେ ପୀଡ଼ିତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ପରୀକ୍ଷା କରାଯିବା ପରେ ଡାକ୍ତର ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ କରିଥିଲେ । ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ଏବେ ଏତଲା ଲେଖି ୪ଜଣଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର