ଥାଣେ: ଦୁଷ୍କର୍ମ ଭଳି ଅପରାଧ ଭାରତରେ ଏବେ ଅତି ସାଧାରଣ ପାଲଟି ସାରିଛି। ବିଭିନ୍ନ ଆଇନ ପ୍ରଣୟନ ହେଉଥିଲେ ମଧ୍ୟ ପ୍ରତିଦିନ ଦେଶର ପ୍ରତିକୋଣରେ କୌଣସି ନା କୌଣସି ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଏବେ ଥାନେରେ ଜଣେ ୧୯ବର୍ଷୀୟା ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଘଣ୍ଟାରେ ସେ ୨ଥର ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଫେବ୍ରୁଆରି ୨୯ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ପୁଲିସ।
ପୁଲିସର କହିବା ମୁତାବକ, ପୀଡ଼ିତା ରେଳ ଷ୍ଟେସନ ଏବଂ ରାସ୍ତାମାନଙ୍କରେ ନାକଫୁଲ ବିକ୍ରି କରିବାର କାମ କରନ୍ତି। ଫେବ୍ରୁଆରି ୧୮ରେ ପୀଡ଼ିତା ନିଜ ପରିବାର ସହ ଟ୍ରେନରେ ଚଢ଼ିବାରେ ବିଫଳ ହୋଇଥିଲେ। ଏହା ପରେ ଅନ୍ୟ ଏକ ଟ୍ରେନରେ ଚଢ଼ି ଥାନେର ମୁମ୍ବ୍ରା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ରାତିରେ ଷ୍ଟେସନରେ ଶୋଇ ପଡ଼ିବା ସହ ପରଦିନ ସକାଳୁ ସେ ଆଉ ଏକ ଟ୍ରେନ ଧରି ଦିବା ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ସେ ନାକଫୁଲ ବିକ୍ରି କରିବା ଆରମ୍ଭ କରିଥିଲେ ମଧ୍ୟ ଗୋଟେ ବି ନାକ ଫୁଲ ବିକ୍ରି ହୋଇ ନଥିଲା। ଏହା ପରେ ସେ ପୁଣି ଥରେ ଦିବା ଷ୍ଟେସନରେ ପହଞ୍ଚିବା ପାଇଁ ଅଟୋକୁ ଅଟକାଇଥିଲେ। କିନ୍ତୁ ଅଟୋଚାଳକ ରେଳ ଷ୍ଟେସନରେ ନ ଛାଡ଼ି ଅଧା ତିଆରି ହୋଇଥିବା କୋଠାକୁ ନେଇ ଦୁଷ୍କର୍ମ କରିଥିଲା।
/sambad/media/post_attachments/c39847fe9b49a095f1458986b9ea70b480fce07a00c02b7843320dd217787589.jpeg)
ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗି ଚାଲିଯିବାରୁ ପୀଡ଼ିତା ସାହାଯ୍ୟ ପାଇଁ ଏକ ସ୍କୁଟରକୁ ଅଟକାଇଥିଲେ। ସ୍କୁଟରରେ ଦୁଇଜଣ ଯୁବକ ଥିବା ବେଳେ ସାହାଯ୍ୟ କରିବାକୁ କହି ସେମାନେ ମଧ୍ୟ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ମାତ୍ର ୨ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କ ଜୀବନ ସଂପୂର୍ଣ୍ଣଭାବେ ବଦଳିଯାଇଥିଲା। ୨ଥଣ ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ସିଧା ପୁଲିସ ଷ୍ଟେସନ ଯାଇ ଅପରାଧର ଅଭିଯୋଗ କରିଥିଲେ। ଏବେ ୩ଜଣଙ୍କୁ ଗିରଫ କରିଛି ପୁଲିସ।