ନୂଆଦିଲ୍ଲୀ: ଜଣେ ଯୁବତୀଙ୍କ ସହିତ ଦୁଇଜଣ ପୁରୁଷ ଓ ଜଣେ ମହିଳା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୨୫ବର୍ଷୀୟ ଯୁବତୀଙ୍କୁ ବ୍ୟବସାୟ ଆରମ୍ଭ କରିବା ଆଳ ଦେଖାଇ ତିନିଜଣ ବ୍ୟକ୍ତି ଦିଲ୍ଲୀ ଡକାଇଥିଲେ। ସେ ଦିଲ୍ଲୀ ଆସିବା ପରେ ତିନିଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଦିଲ୍ଲୀ ସୀମାପୁରୀ ପୁଲିସ ଷ୍ଟେସନ୍ରେ ଦୁଇ ଦୁଷ୍କର୍ମକାରୀ ପୁରୁଷ ଓ ଜଣେ ଯୁବତୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।
ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପୀଡିତ ଦେଇଥିବା ବୟାନ୍ ଅନୁଯାୟୀ, ସେ ଗୁରୁଗ୍ରାମର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। କିଛି ମାସ ପୂର୍ବରୁ ସେ ବ୍ୟବସାୟ ଆରମ୍ଭ କରିବେ ବୋଲି ଚାକିରି ଛାଡ଼ି ଦେଇଥିଲେ। ଏହାପରେ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ସେ ଜଣଙ୍କ ସମ୍ପର୍କରେ ଆସିଥିଲେ, ଯିଏକି ନିଜକୁ ଜଣେ ଆଇଟି କମ୍ପାନିର ସିନିୟର ଅସୋସିଏଟ ବୋଲି ପରିଚୟ ଦେଇଥିଲେ। ଏହି ବ୍ୟକ୍ତି ଜଣକ ମହିଳାଙ୍କୁ ଅନ୍ୟ ଦୁଇଜଣଙ୍କ ସହିତ ସାକ୍ଷାତ କରାଇଥିଲେ। ଏହାପରେ ସମସ୍ତେ ମିଶି ମିଳିତ ଭାବେ ବ୍ୟବସାୟ ଆରମ୍ଭ କରିବେ ବୋଲି ସ୍ଥିର କରିଥିଲେ। ପରେ ତିନିଜଣ ବ୍ୟକ୍ତି ଦିଲ୍ଲୀ ଡକାଇ ଦୁଷ୍କର୍ମ କରିବା ସହିତ ୧୯ବର୍ଷୀୟ ଯୁବତୀ ଗୋଟିଏ ଘରେ ଜୋରଜବରଦସ୍ତ ସେକ୍ସ ଟଏ ଦ୍ୱାରା ପୀଡିତାଙ୍କୁ ଯୌନ ନିର୍ଯାତନା ଦେଇଥିବା କଥା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/woman-alleges-rape-by-19-year-old-girl-in-delhi-2018-10-03-153233.jpg)