ଆଗ୍ରା: ବିବାହ କରିବାକୁ ମନା କରିବାରୁ ପ୍ରେମିକ ଉପରକୁ ଏସିଡ୍ ଫିଙ୍ଗିଥିବା ଜଣେ ୧୯ ବର୍ଷୀୟ ଝିଅକୁ ଗୁରୁବାର ଦିନ ପୁଲିସ ଗିରଫ କରିଛି।
ଘଟଣାଟି ଘଟିଛି ଆଲିଗଡ଼ର କାଓ୍ଵାର୍ସି ଥାନା ଅଧୀନ ଜୀବନଗଡ଼ ଅଞ୍ଚଳରେ।
ପୀଡ଼ିତଙ୍କ ପରିବାର ଲୋକଙ୍କ ଅଭିଯୋଗ ଏବଂ ଆଇପିସି ସେକ୍ସନ୍ ୩୨୬-ଏ ଆଧାରରେ ଝିଅଟି ବିରୋଧରେ ଏଫ୍ଆଇଆର୍ ରେଜିଷ୍ଟ୍ରି କରାଯାଇଛି।
/sambad/media/post_attachments/wp-content/uploads/2019/10/acid1-300x225.jpg)
ପୀଡ଼ିତଙ୍କ ମାଆଙ୍କ କହିବା ଅନୁସାରେ, ଝିଅଟି ସହ ତାଙ୍କ ପୁଅର ସମ୍ପର୍କ ଥିଲା, କିନ୍ତୁ ମାସେ ହେବ ତା’ ସହ କଥାବାର୍ତ୍ତା କରୁ ନ ଥିଲା। ପୁଅ କହୁଥିଲା କି, ବାହା ହେବାକୁ ଝିଅଟି ତାକୁ ବାଧ୍ୟ କରିବା ସହ ସବୁଦିନ ଫୋନ୍ କରି ବଡ଼ ହଇରାଣ କରୁଥିଲା। ଗୁରୁବାର ସକାଳେ ମଧ୍ୟ ସେ ପୁଅ ପାଖକୁ ଫୋନ୍ କରିଥିଲା, କିନ୍ତୁ ପୁଅ ଫୋନ୍ ରିସିଭ୍ କରି ନ ଥିଲା। ପୁଅ ସେଦିନ ଘର ପାଖରେ ଥିବା ଗୋଟାଏ ଦୋକାନରେ ଠିଆ ହୋଇଥିବା ବେଳେ ସେ ଝିଅ ତା’ ଉପରେ ଏସିଡ୍ ପକାଇଦେଲା।
କିନ୍ତୁ, ଝିଅ ଅଭିଯୋଗ କରିଛି କି, ପୁଅ ତାକୁ ଧମକ ଦେଇ କହିଛି ଯେ ଯଦି ସେ ତାକୁ ବିଭା ନ ହୁଏ ତେବେ ତା’ ସହ ଉଠି ଥିବା ଅନ୍ତଃରଙ୍ଗ ମୁହୂର୍ତ୍ତର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଦେବି।
ଏସିଡ୍ ମାଡ଼ରେ ପୁଅର ଆଖି କ୍ଷତିଗ୍ରସ୍ତ ହୋଇଥିବା କଥା ଜବାହରଲାଲ୍ ନେହେରୁ ମେଡିକାଲ୍ କଲେଜର ଡାକ୍ତର ଏସ୍ ଏସ୍ ଜାଇଦି କହିଛନ୍ତି। ତାଙ୍କୁ ଏବେ ମଧ୍ୟ ଚିକିତ୍ସାଧୀନ ରଖାଯାଇଛି।