ମୁମ୍ବାଇ: ଭାଇ ଭଉଣୀର ସମ୍ପର୍କରେ ଦାଗ ଲଗାଇ ନିଜର ଜଣେ ୧୪ ବର୍ଷୀୟା ସମ୍ପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। କେବଳ ସେତିକି ନୁହେଁ, ଏହି ଦୁଷ୍କର୍ମ ଯୋଗୁଁ ଅନ୍ତସତ୍ତ୍ୱା ହାଇଥିବା ନାବାଳିକା ଜଣକ ଏକ ଶିଶୁ ସନ୍ତାନଙ୍କୁ ଜନ୍ମ ଦେବା ପରେ ତାଙ୍କୁ ନେଇ ପାଇଖାନା ବାହାରେ ଫିଙ୍ଗି ଦେଇଥିବା ବେଳେ ପୁଲିସ ଶିଶୁ ସନ୍ତାନଟିକୁ ଉଦ୍ଧାର କରବା ସହିତ ସମ୍ପୃକ୍ତ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏହି ୧୯ ବର୍ଷୀୟ ଯୁବକ ଜଣକ ସମ୍ପୃକ୍ତ ନାବାଳିକାଙ୍କ ଘରେ ତାଙ୍କ ବାପାମାଆଙ୍କ ସହିତ ରହୁଥିଲେ। ତେବେ ଯୁବକ ଜଣକ ତାଙ୍କ ନାବାଳିକା ସମ୍ପର୍କୀୟା ଭଉଣୀଙ୍କୁ ଦୁଷ୍କର୍ମ କରିଥିଲେ ଓ ଏଥିରୁ ନାବାଳିକା ଜଣକ ଅନ୍ତସତ୍ତ୍ୱା ହୋଇଥିଲେ। ନାବାଳିକା ଜଣକ ଅନ୍ତସତ୍ତ୍ୱା ହୋଇଥିବା ବାପାମାଆ ଜାଣିବା ପରେ ଆଉ କିଛି କରିବାର ନ ଥିବାରୁ ସେମାନେ ଘରେ ନାବାଳିକାଙ୍କୁ ସମସ୍ତଙ୍କ ଦୃଷ୍ଟି ଅଗୋଚରରେ ରଖିଥିଲେ।ଏପରିକି ଡାକ୍ତରଙ୍କୁ ମଧ୍ୟ ଏ ନେଇ ପରାମର୍ଶ କରି ନ ଥିଲେ। ସନ୍ଦେହ କରାଯାଉଛି ଯେ ଗତ ଗୁରୂୁବାର ଦିନ ନାବାଳିକା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତାପରେ ନାବାଳିକା ଜଣକ ତାଙ୍କ ମାଆଙ୍କ ସହିତ ମିଶି ପାଇଖାନା ପଛ ପଟେ ଶିଶୁଟିକୁ ଛାଡ଼ି ଦେଇଥିଲେ। ତେବେ ଏହି ଘଟଣାକୁ ଦେଖି କେତେକ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଭାଲିଭ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁ ସହିତ ନାବାଳିକାଙ୍କୁ ଭାସାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଏ ନେଇ ନାବାଳିକାଙ୍କ ମାଆ କହିଛନ୍ତି ଯେ ସାମାଜିକ ବାଛନ୍ଦ ଭୟରେ ସେ ଏ ନେଇ କୌଣସି ପୁଲିସ ଅଭିଯୋଗ କରି ନ ଥିଲେ।
ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ଗତ ଶୁକ୍ରବାର ଦିନ ଭାସାଇରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ସହିତ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି।
ନାବାଳିକା ସମ୍ପର୍କୀୟା ଭଉଣୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ
/sambad/media/post_attachments/wp-content/uploads/2017/10/Rape_New-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)