ବିବାହ ନାମରେ ପ୍ରେମିକାକୁ ଡକାଇ ୨୦ରୁ ଊର୍ଧ୍ବ ଜଣ ସାଙ୍ଗଙ୍କ ସହ ମିଶି ପ୍ରେମିକ କଲା ଦୁଷ୍କର୍ମ

ନୂଆଦିଲ୍ଲୀ: ହରିୟାଣାର ପଲବଲରେ ମଇ ୩ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି। ଏହି ଘଟଣାରେ ପୀଡିତା ୨୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥି‌ଲେ। ଏହାପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ହେଉଛି ମହିଳାଙ୍କ ଫେସବୁକ ଫ୍ରେଣ୍ଡ। ତାର ନାମ ଆକାଶ ବୋଲି ଜଣାପଡ଼ିଛି। ସମ୍ପ୍ରତି ପୁଲିସ ଅଭିଯୁକ୍ତ ସମୁଦ୍ର ସିଂହକୁ ୨ଦିନ ରିମାଣ୍ଡରେ ନେଇଥିବା ବେଳେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ଆକାଶକୁ ନ୍ୟାୟିକ ବିଚାରବିଭାଗୀୟ ହେପାଜତକୁ ନେଇଛି।

ପୀଡିତା ଯୁବତୀ ଭାଇ ସହିତ ଦିଲ୍ଲୀରେ ବସବାସ କରନ୍ତି। ଫେସବୁକ ଜରିଆରେ ତାଙ୍କର ବନ୍ଧୁତା ପଲବଲର ରାମଗଡ଼ ଗ୍ରାମର ଯୁବକ ଆକାଶ ସହିତ ହୋଇଥିଲା। କିଛିଦିନ ମଧ୍ୟରେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ।

ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ମା’ ବାପାଙ୍କ ସହିତ ଭେଟିବାର ବାହାନା କରି ଯୁବତୀଙ୍କୁ ଡକାଇଥିଲା। ଆକାଶ କହିଥିବା ସ୍ଥାନରେ ଯୁବତୀ ଜଣକ ଯାଇ ପହଞ୍ଚି ଯାଇଥିଲେ। ଯୁବତୀଙ୍କୁ ଆକାଶ ଘଞ୍ଚ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ ଗୋଟିଏ ପରେ ଗୋଟିଏ ଏପରି ଆକାଶଙ୍କ ୨୦ରୁ ଊର୍ଧ୍ବ ସାଙ୍ଗ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ସମ‌ସ୍ତେ ମିଶି ଯୁବତୀଙ୍କୁ ଦିଲ୍ଲୀର ଏକ ନିଛାଟିଆ ସ୍ଥାନରେ ପକାଇ ଚାଲି ଯାଇଥିଲେ। ଏହାପରେ ବହୁତ କଷ୍ଟରେ ଯୁବତୀ ନିଜ ଭାଇକୁ ଯୋଗଯୋଗ କରି ଘଟଣା ବିଷୟରେ ଜଣାଇଥିଲେ।

ସମ୍ବନ୍ଧିତ ଖବର