ଦୁଇ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ; ସ୍କୁଲ୍‌ ବାହାରେ ବାପାମାଆଙ୍କୁ ଅପେକ୍ଷା କରିଥିବା କୁନି ଝଅକୁ ଅପହରଣ କରି କରିଥିଲେ ଦୁଷ୍କର୍ମ

ମଣ୍ଡସୌର୍‌: ଆଠ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅପରାଧରେ ମଣ୍ଡ୍‌ସୌର୍‌ର ୨ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଗିରଫ କରାଯିବାର ୨ ମାସ ମଧ୍ୟରେ ମାମଲାର ବିଚାର କରି ଅଦାଲତ ଶୁଣାଣି କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଦୁଷ୍କର୍ମକାରୀ ଦ୍ୱୟ ହେଉଛନ୍ତି ଇର୍‌ଫାନ(୨୦) ଏବଂ ଅସିଫ୍‌(୨୪)।

ଜୁନ୍‌ ୨୬ ତାରିଖରେ ସେ ପୀଡ଼ିତା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଟି ନିଜ ସ୍କୁଲ୍‌ ବାହାରେ ଠିଆ ହୋଇ ନିଜ ବାପାମାଆଙ୍କୁ ଅପେକ୍ଷା କରିଥିବା ବେଳେ ସେମାନେ ତାକୁ ଅପହରଣ କରି ନେଇ ଯାଇଥିଲେ। ପରେ ଦୁଷ୍କର୍ମ କରିଥିଲେ। ଏହି ଘଟଣାର ୪୮ ଘଣ୍ଟା ମଧ୍ୟରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ କହନ୍ତି, ‘ଦୁଷ୍କର୍ମକାରୀମାନେ ହେଉଛନ୍ତି ପୃଥିବୀ ପାଇଁ ବୋଝ। ସେମାନ ବଞ୍ଚିବାର ଯୋଗ୍ୟ ନୁହଁନ୍ତି।’

ଉଲ୍ଲେଖଯୋଗ୍ୟ, ଇର୍‌ଫାନ ଏବଂ ଅସିଫ୍‌ଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ମଧ୍ୟପ୍ରଦେଶ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏମାନଙ୍କ ବିରୋଧରେ ଦାଖଲ ହୋଇଥିବା ୧୦୦ ପୃଷ୍ଟା ବିଶିଷ୍ଟ ଏକ ଚାର୍ଜ ସିଟ୍‌ରେ ଡାକ୍ତର ସମେତ ୯୨ ଜଣ ସାକ୍ଷୀଙ୍କ ବୟାନ ରହିଥିଲା।

ସମ୍ବନ୍ଧିତ ଖବର