ଦାଦା ବଟି ମାଗିବା ଘଟଣାରେ ଆଉ ଦୁଇ ଗିରଫ

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ମାଉସୀ ମା’ ମନ୍ଦିର ନିକଟରେ ଦାଦା ବଟି ମାଗିବା, ମାଡ଼ ମାରି ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗରେ ପୁଲିସ ଗୁରୁବାର ଅଟକ ରଖିଥିବା ୨ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଫରେଷ୍ଟପାର୍କ ବସ୍ତିର ପି ମନୋଜ ରାଓ ଓରଫ ମୁନୁ(୨୩) ଓ ଏୟାର ପୋର୍ଟ ଥାନା ଅଧୀନ କେଦାରପଲ୍ଲୀର ଦୀପନ ନାୟକ(୨୭)। ଗୌତମ ନଗର ନିକଟରେ ହାର୍ଡୱେୟାର୍ ଦୋକାନ କରିଥିବା ସଂଗ୍ରାମ ସାହୁଙ୍କୁ ୫ଜଣ ଦୁର୍ବୃତ୍ତ ଦାଦା ବଟି ମାଗିଥିଲେ। ସେ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେଠାରେ ଉପସ୍ଥିତ ଥିବା ସଂଗ୍ରାମଙ୍କ ମାମୁ ପ୍ରଭାତ ସାହୁ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତି ନଥିଲେ। ଏନେଇ ସଂଗ୍ରାମ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗୁରୁବାର କେଦାରପଲ୍ଲୀ ବସ୍ତିର ସତ୍ୟନାରାୟଣ ନାୟକ(୨୩) ଓ ଦିଲୁ ନାୟକ(୨୪)ଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର