ଚୋରା ମୋବାଇଲ୍‌ କିଣି ଫସିଲେ : ମୟୂରଭଞ୍ଜରୁ ୨ ଗିରଫ, ୧୯ ମୋବାଇଲ୍ ଜବତ

ଖଣ୍ଡଗିର : ଗତ ମାସରେ ସ୍ଥାନୀୟ ଶ୍ୟାମପୁର ବଜାରସ୍ଥିତ ଏକ ମୋବାଇଲ୍ ଦୋକାନରୁ ହୋଇଥିବା ସିନ୍ଧି ଚୋରି ମାମଲାରେ ଖଣ୍ଡଗିରି ଥାନା ପୁଲିସ ମୟୂରଭଞ୍ଜରୁ ୨ ଜଣ ଗ୍ରାହକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୧୯ଟି ମୋବାଇଲ୍‌ ଜବତ କରାଯାଇଛି। ସେମାନେ ହେଲେ, ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଗୋବିନ୍ଦରାୟପୁରର ଚମନ୍ ଖାଁ (୧୯) ଓ ସେକ୍ ଜବାଉଦ୍ଦିନ୍ ଓରଫ୍ ପୁଟେଲ୍‌(୨୦)। ଆଜି ସେମାନଙ୍କୁ ଭୁବନେଶ୍ବର ଆଣି ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଲୁଟେରାମାନଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଠାବ କରିପାରିନାହିଁ। ସୂଚନାଯୋଗ୍ୟ, ଗତ ମାସ ୨୫ ତାରିଖ ବିଳମ୍ବିତ ରାତିରେ ଶ୍ୟାମପୁର ବଜାରସ୍ଥିତ ରାଜକିଶୋର ଦାସଙ୍କ ଦୋକାନର ଆଜ୍‌ବେଷ୍ଟସ୍ ଭାଙ୍ଗି ଲୁଟେରାମାନେ ପ୍ରାୟ ୩୦ରୁ ଅଧିକ ଦାମୀ ‌ମୋବାଇଲ୍‌ ଓ ୪୮ ହଜାର ଟଙ୍କା ଲୁଟି ନେଇଥିଲେ। ନୂଆ ମୋବାଇଲ୍ ଗୁଡ଼ିକର ଆଇଏମ୍‌ଆଇଇ ନମ୍ବର ଜରିଆରେ ପୁଲିସ ଟ୍ରାକିଂ କରୁଥିଲା। କେତୋଟି ମୋବାଇଲ ମୟୂରଭଞ୍ଜରେ ଆକ୍ଟିଭ୍ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର