ଆର୍ଥିକ ସଂସ୍ଥାରୁ ଠକେଇ, ୨ ଗିରଫ

ଭୁବନେଶ୍ୱର : ହୋମ୍‌ କ୍ରେଡିଟ୍‌ ଇଣ୍ଡିଆ ଫିନାନ୍ସ ଲିମିଟେଡ୍‌ ନାମକ ଏକ ଋଣ ପ୍ରଦାନକାରୀ ସଂସ୍ଥାରୁ ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, କଟକ ଜିଲ୍ଲା ମଧୁପାଟଣା ଥାନା ଅଞ୍ଚଳର ଜଗନ୍ନାଥ ପ୍ରସାଦ ମହାନ୍ତି(୩୨) ଓ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ଅଜୟ କୁମାର ସ୍ୱାଇଁ(୨୬)।

ପୁଲିସ ସୂଚନା ମୁତାବକ, ଦୁଇ ମାସ ତଳେ ଜଗନ୍ନାଥ ନୂଆପଲ୍ଲୀ ଆଇଡି ମାର୍କେଟ୍‌ରେ ଥିବା ହୋମ୍‌ କ୍ରେଡିଟ୍‌ ଇଣ୍ଡିଆ ଫିନାନ୍ସ ଲିମିଟେଡ୍‌ ସଂସ୍ଥାରୁ ଋଣରେ ୮ ହଜାର ଟଙ୍କା ଦେଇ ୨୦ ହଜାର ଟଙ୍କାର ମୋବାଇଲ୍‌ ନେଇଥିଲା। ହେଲେ ପରବର୍ତ୍ତୀ ସମୟରେ ଜଗନ୍ନାଥ ଋଣ ପରିଷୋଧ କରିନଥିଲା। ସଂସ୍ଥା ପକ୍ଷରୁ ଜଗନ୍ନାଥ ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଜଗନ୍ନାଥ ସଂସ୍ଥା ସହ ନା ଯୋଗାଯୋଗ କରିଥିଲା ନା ଟଙ୍କା ଫେରାଇଥିଲା। ତେବେ ଆଜି ଜଗନ୍ନାଥ ଆଉ ଏକ ମୋବାଇଲ୍‌ କିଣିବା ପଇଁ ସେଠାକୁ ଆସିଥିଲା। ଜଗନ୍ନାଥ ସେଠାରେ ଅଫିସ୍‌ ଭିତରକୁ ନ ଯାଇ ସାଙ୍ଗରେ ଆସିିଥିବା ଅଜୟଙ୍କୁ ଡକ୍ୟୁମେଣ୍ଟ ଦେଇ ପଠାଇଥିଲା।

ତେବେ ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ଏହା ଜଗନ୍ନାଥ ନାମରେ ଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ତେଣୁ କର୍ମଚାରୀମାନେ ଅଜୟକୁ ଅଟକ ରଖି ପଚରାଉଚରା କରିଥିଲେ। ଜଗନ୍ନାଥ ତଳେ ଥିବା କଥା ଅଜୟ କର୍ମଚାରୀଙ୍କୁ କହିଥିଲା। କର୍ମଚାରୀମାନେ ତୁରନ୍ତ ଅଫିସ୍‌ ତଳକୁ ଯାଇ ଜଗନ୍ନାଥକୁ କାବୁ କରିଥିଲେ। ଏହାପରେ ସଂସ୍ଥାର ରିତେଶ ଜୈନ ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଜଗନ୍ନାଥ ଓ ଅଜୟକୁ ଗିରଫ କରି ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର