ଭୁବନେଶ୍ୱର : କଳ୍ପନା ରୋଡ୍ ଅଞ୍ଚଳରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଅଭିଯୋଗକୁ ଭିତ୍ତି କରି ଲକ୍ଷ୍ମୀସାଗର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ପୁରୁଣା ପୋଷ୍ଟଅଫିସ୍ ଅଞ୍ଚଳର ଲୋକନାଥ ମଜୁମ୍ଦାର(୨୩) ଓ ଭିକି ସାମଲ(୨୦)। ଗତ ୨ ତାରିଖ ବିଳମ୍ବିତ ରାତିରେ ଜ୍ଞାନ ରଞ୍ଜନ ବେହେରା ନାମକ ଜଣେ ଯୁବକ ଲକ୍ଷ୍ମୀସାଗର ଅଞ୍ଚଳରୁ ଖଣ୍ଡଗିରି ହାଉସିଂବୋର୍ଡ କଲୋନି ସ୍ଥିତ ଘରକୁ ଫେରୁଥିଲେ। କଳ୍ପନା ନିକଟରେ ଯାଉଥିବା ସମୟରେ ଲୋକନାଥ ଓ ଭିକି ହଠାତ୍ ତାଙ୍କ ବାଇକ୍ ଆଗକୁ ଆସି ଅଟକାଇଥିଲେ। ଅତର୍କିତ ଭାବେ ଆକ୍ରମଣ କରିବା ସହ ମୋବାଇଲ୍ ଓ ପର୍ସ ଛଡ଼ାଛଡ଼ି କରିଥିଲେ। ଏନେଇ ଜ୍ଞାନ ରଞ୍ଜନ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ
ପୁରୁଣା ଭୁବନେଶ୍ୱର : ଏୟାରଫିଲ୍ଡ଼ ଥାନା ଅଧୀନ ପଞ୍ଚୁପଲ୍ଲୀ ମାଳି ସାହିଠାରେ ଜଣେ ଯୁବକୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ କୁମାର ସାହୁ ନାମକ ଜଣେ ଯୁବକ ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିବା ବେଳେ ହୋଲି ଖେଳ ବେଳର ପୁରାତନ ରାଗରେ ତାକୁ ଆକ୍ରମଣ କରାଯାଇଛି। ୪ଜଣ ଯୁବକ ଦିଲ୍ଲୀପଙ୍କ ଗୋଡ଼କୁ ଏକ ମାରଣାସ୍ତ୍ରରେ ମାରିଥିବା ଦିଲ୍ଲୀପ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Arrest.jpg)