ଭୁବନେଶ୍ବର: ଆଚାର୍ଯ୍ୟ ବିହାର ଛକରେ ଚେକିଂ ବେଳେ ସହିଦନଗର ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ପଳାସୁଣୀ ଅଞ୍ଚଳର କାଳିଆ ସାମନ୍ତ(୧୯) ଓ ସହିଦନଗର ଅଞ୍ଚଳର ବିଜୟ ପଲେଇ(୧୯)। ପୁଲିସ ସେମାନଙ୍କଠାରୁ ୨ଟି ବାଇକ୍ ଜବତ କରିଛି। ପୁଲିସ ସୂଚନା ମୁତାବକ, ଶନିବାର ଦିନ ପ୍ରାୟ ସାଢ଼େ ୧୧ଟାରେ କାଳିଆ ଓ ବିଜୟ ସାଇନ୍ସ ପାର୍କ ପଟୁ ବାଇକ୍ରେ ଆସୁଥିଲେ। ସେମାନେ ଆଚାର୍ଯ୍ୟବିହାର ଛକରେ ପୁଲିସ୍ ଚେକିଂ କରୁଥିବା ଦେଖି ହଡ଼ବଡ଼େଇ ଯିବା ସହ ଖସିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ଗୋଡ଼ାଇ ଗୋଡ଼ାଇ ଉଭୟଙ୍କୁ କାବୁ କରିଥିଲା। ଗାଡ଼ି କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ସେମାନେ ଚୋରି ବିଷୟରେ ସ୍ବୀକାର କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।
ଚେକିଂ ବେଳେ ଧରାପଡ଼ିଲେ ୨ଲୁଟେରା, ୨ ବାଇକ୍ ଜବତ
/sambad/media/post_attachments/wp-content/uploads/2019/05/bike-chor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)