ଦୁଇ ବାଇକ୍ ଚୋର ଗିରଫ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଏଟିଏମ୍ ଛକ ନିକଟରରେ ଗତକାଲି ବଳମ୍ବିତ ରାତିରେ ଚେକିଂ ଚାଲିଥିବା ବେଳେ ଦୁଇ ଜଣ ବାଇକ୍‌ ଚୋରଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରିଛି। ସେମାନେ ହେଲେ ରସୁଲଗଡ଼ ଶବର ସାହିର ତାରେଣୀ ପ୍ରସାଦ ମହାପାତ୍ର(୨୪) ଓ ଚକେଇସିଆଣିର ମାନସ ଜେନା(୨୪)। ସେମାନଙ୍କଠାରୁ ପୁଲିସ୍ ଦୁଇଟି ବାଇକ୍ ଜବତ କରିଛି। ଗତ କିଛି ଦିନ ହେବ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବାରମ୍ବାର ବାଇକ୍ ଓ କାର୍ ଚୋରି ହେଉଥିବା ନେଇ ପୁଲିସ୍ ବିଭିନ୍ନ ଛକରେ ଚେକିଂ କରୁଥିବା ବେଳେ ତାରେଣୀ ଓ ମାନସ ପୁଲିସ୍‌ଙ୍କୁ ଦେଖି ପଳାଉଥିଲେ। ସନ୍ଦେହ କରି ପୁଲିସ୍ ସେମାନଙ୍କୁ ଗୋଡ଼ାଇ କାବୁ କରିବାରୁ ସେମାନେ ବାଇକ୍ ଚୋର ବୋଲି ଜଣାପଡ଼ିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି।

ସମ୍ବନ୍ଧିତ ଖବର