ଦୁଇ ବାଇକ ଲୁଟେରା ଗିରଫ, ୪ ବାଇକ ଜବତ

ବାଲିଅନ୍ତା : ଆଇଆଇସି ମନୋଜ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ବାଲିଅନ୍ତା ଥାନା ପୁଲିସ ଟିମ୍‌ ସୋମବାର ସନ୍ଧ୍ୟାରେ ରୋଡ୍‌ ବ୍ଲକିଂ କରି ଦୁଇଜଣ ବାଇକ୍‌ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ବାଇକ୍‌ ଲୁଟେରା ଦ୍ୱୟ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳର ଡି. ଶ୍ରୀନିବାସ (୧୯) ଓ ଅହୁଲା ପ୍ରସାଦ (୨୦)। ପଚରାଉଚରା ବେଳେ ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ପୁଲିସ ଖଣ୍ଡଗିରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ୍‌ ୪ଟି ବାଇକ୍‌କୁ ଜବତ କରିଛି। ଏ ସଂକ୍ରାନ୍ତରେ ଥାନା କେସ୍‌ ନଂ ୧୪୪/୧୮ ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଥାନାର ଜଣେ ଅଧିକାରୀଙ୍କ କହିବାନୁଯାୟୀ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ହଂସପାଳ – ଜୟଦେବ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ରାମଚନ୍ଦ୍ରପୁରସ୍ଥିତ କାଜ ନିକଟରେ ରୋଡ୍‌ ବ୍ଲକିଂ କରାଯାଇ ଗାଡ଼ିମଟର ଯାଞ୍ଚ ହେଉଥିଲା। ଅହୁଲା ଓ ଶ୍ରୀନିବାସକୁ ଅଟକାଇ ପଚରାଉଚରା କରିବାରୁ ଦୁହେଁ ବାଇକ୍‌ ଲୁଟେରା ବୋଲି ମାନିଯାଇଥିଲେ। ପୁଲିସ୍‌ କିନ୍ତୁ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବଂ ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିପାରିନି।

ସମ୍ବନ୍ଧିତ ଖବର