ମାଡ଼ ଓ ଚୋରି ଅଭିଯୋଗରେ ଦୁଇ ଭାଇ ଗିରଫ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଅଞ୍ଚଳ‌ରୁ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ଆଜି ପୁଲିସ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ପଣ୍ଡାପାର୍କ ବସ୍ତିର ବନ ନାୟକ(୨୦) ଓ ଦୁଃଖୀଶ୍ୟାମ ନାୟକ(୨୨)। ସେମାନଙ୍କ ନିକଟରୁ ଚୋରା ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁଯାୟୀ ନୀଳାଦ୍ରିବିହାରର ରାଜକିଶୋର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଦୁଇ ଅଭିଯୁକ୍ତ ପଶି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ଟ୍ୟାବ୍‌, ମୋବାଇଲ୍ ଫୋନ୍ ଓ ଅନ୍ୟ କିଛି ଉପକରଣ ଚୋରି କରି ନେଇଥିଲେ। ଏନେଇ ରାଜକିଶୋର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ସେମାନଙ୍କୁ ଖୋଜାଖୋଜି କରି ବସ୍ତିର ଏକ ଝୁମ୍ପୁଡ଼ି ଘରୁ ଆଜି ଗିରଫ କରିଥିଲା।

ସମ୍ବନ୍ଧିତ ଖବର