ସହପାଠୀକୁ ଜୀବନରୁ ମାରିବାର ଧମକ ଦେଇ ଦେଢ଼ ବର୍ଷ ମଧ୍ୟରେ ୩ଲକ୍ଷ ଟଙ୍କା ଲୁଟିଲେ ଦୁଇ ନାବାଳକ

ମୁମ୍ବାଇ : ମୁମ୍ବାଇର ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢ଼ୁଥିବା ଦୁଇ ଛାତ୍ର ନିଜ ସହପାଠୀକୁ ଧମକ ଦେଇ ୩ଲକ୍ଷ ଟଙ୍କା ଲୁଟିଥିବା ଖବର ସାମ୍ନାକୁ ଆସିଛି । ଏତେ କମ ବୟସରେ ଏଭଳି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ । ଦୁଇ ଅଭିଯୁକ୍ତ ପୀଡ଼ିତ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାର ଧମକ ଦେଇ ଏଭଳି ଅପରାଧ କରିଥିଲେ ।

सांकेतिक तस्वीर
amarujala.com

ସୂଚନା ମୁତାବକ, ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଭାଇ ଗୁଣ୍ଡାଗର୍ଦି ଓ ଅନ୍ୟକୁ ଲୁଟିବା କାମରେ ଲିପ୍ତ ଥିଲେ । ନିଜ ଭାଇଙ୍କ ନାଁ ନେଇ ଅଭିଯୁକ୍ତ ପୀଡ଼ିତଙ୍କୁ ଡ଼ରାଇବା ସହ ଘରୁ ସୁନାଗହଣା ଓ ଟଙ୍କା ଚୋରି କରିବାକୁ କହୁଥିଲେ । ଯାହା ପାଇଁ ପୀଡ଼ିତ ୩୦,୦୦୦ଟଙ୍କାର ଚେନ୍‌ ଓ ୧୦,୦୦୦ଟଙ୍କା ଫୋନ ଆଣି ଦୁଇ ଅଭିଯୁକ୍ତଙ୍କୁ ଦେଇଥିଲେ । କିଛି ଦିନ ତଳେ ପୀଡ଼ିତଙ୍କ ଫୋନକୁ ଦୁଇ ଅଭିଯୁକ୍ତ ଫୋନ କରିଥିବା ବେଳେ ପୀଡ଼ିତଙ୍କ ମା’ ଫୋନ ଉଠାଇଥିଲେ । ଫୋନ ଉଠାଇବା ପରେ ଦୁହେଁ କାମ ହୋଇଗଲା କି? ବୋଲି ପ୍ରଶ୍ନ କରିଥିଲେ । ପୀଡ଼ିତଙ୍କ ମା’ ଏହା ଶୁଣି କିଏ ବୋଲି ପଚାରିବାରୁ ଆମେ ଆପଣଙ୍କ ପୁଅର ସାଙ୍ଗ ବୋଲି କହିଥିଲେ ଦୁଇ ଅଭିଯୁକ୍ତ । ପୀଡ଼ିତଙ୍କ ମା’ ଫୋନ ରଖି ଏ ବିଷୟରେ ନିଜ ସ୍ୱାମୀଙ୍କୁ ଜଣାଇଥିଲେ । ଯାହା ପରେ ଦୁହେଁ ଏ ନେଇ ପୀଡ଼ିତଙ୍କୁ ପଚାରିବା ପରେ ସେ ସବୁ ସତ କଥା ଜଣାଇ ଦେଇଥିଲେ । ଜାନୁଆରୀ ୨୦୧୮ରୁ ଜୁନ୍‌ ୨୦୧୯ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ହତ୍ୟା ଧମକ ଦେଇ ୩ଲକ୍ଷ ଟଙ୍କାର ସୁନାଗହଣା ଓ ଅନ୍ୟ ଜିନିଷ ସବୁ ନେଇ ସାରିଥିବା ଜଣାଇଥିଲେ ପୀଡ଼ିତ । ପରେ ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପଚରାଉଚରା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର