ରାଜରାସ୍ତା‌‌ରେ ଅଭିନେତ୍ରୀଙ୍କୁ ଅସଦାଚରଣ ମାମଲା: ୨ ଅଭିଯୁକ୍ତ ଗିରଫ, ରାତିଅଧିଆ ବୟାନ ରେକର୍ଡ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଜଣେ ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣାରେ କମିସନରେଟ୍‌ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ନୂଆପଲ୍ଲୀ ଥାନା ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଅଭିନେତ୍ରୀଜଣଙ୍କ ସୁଟିଂ ସାରି ବରମୁଣ୍ଡାସ୍ଥିତ ଘରକୁ ଫେରୁଥିବା ବେଳେ କିଛି ମଦ୍ୟପ ରାଜରାସ୍ତାରେ ତାଙ୍କୁ ଅସଦାଚରଣ କରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମଦ ବୋତଲରେ ନିଆଁ ଲଗାଇ ତାଙ୍କ କାର୍‌ ଉପରକୁ ଫୋପାଡ଼ିବାକୁ ଉଦ୍ୟତ ହୋଇଥିଲେ। ଏ ସଂପର୍କରେ ଅଭିନେତ୍ରୀଜଣକ ତତ୍‌କ୍ଷଣାତ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେ ସମୟରେ ମାମଲାକୁ କୋହଳ ଭାବେ ନେଇଥିବା ନୂଆପଲ୍ଲୀ ଥାନା ପୁଲିସ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ତତ୍ପର ହୋଇଉଠିଥିଲା। ଗତକାଲି ରାତିରେ ପୁଲିସ ସମ୍ପୃକ୍ତ ଅଭିନେତ୍ରୀଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛି। ଅପରପକ୍ଷେ ଅଭିନେତ୍ରୀଜଣକ ଆଜି ସେଲ୍ଫି ଭିଡିଓରେ କହିଛନ୍ତି ଯେ ଗଣମାଧ୍ୟମ ଯୋଗୁଁ ଘଟଣାର ଗୁରୁତ୍ବ ବଢ଼ିଥିଲା ଓ ପୁଲିସ ତତ୍ପରତା ଦେଖାଇଥିଲା।

ସମ୍ବନ୍ଧିତ ଖବର