ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ଅସଦାଚରଣକୁ ବିରୋଧ କରିଥିବାରୁ ଜଣେ ନାବାଳିକାଙ୍କୁ ଦୁବୃର୍ତ୍ତ ଜୀଅନ୍ତା ଜଳାଇ ଦେବାକୁ ଉଦ୍ୟମ କରିଥିଲେ। ନିଆଁରୁ ଝିଅକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ବାପା ବି ସେ ନିଆଁରେ ଜଳି ଯାଇଥିବାର ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।
ବାଲିଆର ଡୁବହଡ଼ ପୁଲିସ ଷ୍ଟେସନ ଅଞ୍ଚଳର ନାଗୱା ଗ୍ରାମର ନାବାଳିକା କୋଚିଂ ଯାଉଥିବା ବେଳେ କିଛି ଯୁବକ ତାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ନାବାଳିକା ଜଣକ ବିରୋଧ କରିଥିଲେ। ଏଥିରେ ଦୁବୃର୍ତ୍ତ ଉତକ୍ଷିପ୍ତ ହୋଇ ନାବାଳିକାଙ୍କ ଘରେ ଭିତରେ ପଶି କିରୋସିନ ଢ଼ାଳି ତାଙ୍କୁ ଜୀଅନ୍ତା ଜଳାଇବାକୁ ଚେଷ୍ଟା କରିଥିଲେ। ନାବାଳିକା ଏହି ନିଆଁରେ ଗୁରୁତର ହେବା ସହିତ ଝିଅକୁ ଏଥିରୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ବାପା ବି ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ପୀଡିତାଙ୍କୁ ବାରାଣାସୀସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସେଠାରେ ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି।
ଏହି ଘଟଣା ପରେ ଏସପି ଦେବେନ୍ଦ୍ରନାଥ ଘଟଣାସ୍ଥଳରେ ପହଞ୍ଚି ପୀଡିତା ପରିବାରଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତକୁ ଗିରଫ କରିଛି।
ବାଲିଆ ଘଟଣା ପୂର୍ବରୁ ଦେଓରିଆରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା । ଝିଅକୁ ଅସଦାଚରଣ କରୁଥିବା ଦୁବୃର୍ତ୍ତଙ୍କୁ ପୀଡିତାଙ୍କ ପିତା ଗାଳିଗୁଲଜ କରିବାରୁ ସେମାନେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଥିଲେ।