ପେଟ୍ରୋଲ ଟାଙ୍କିରେ ଗଣ୍ଡଗୋଳ, ୨ ଆହତ

ବାଲିଅନ୍ତା : ରବିବାର ବିଳମ୍ବିତ ରାତିରେ ଧଉଳି ଥାନା ଅଧୀନ ଲିଙ୍ଗିପୁର ସ୍ଥିତ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ କେନ୍ଦ୍ର କରି କିଛି ଗ୍ରାହକ ଓ ଏଠାରେ କାର୍ଯ୍ୟରତ ଥିବା ୫/ ୬ ଜଣ କର୍ମଚାରୀଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଏନେଇ ଏଠାରେ ଉପରୋକ୍ତ ଦୁଇ ଗୋଷ୍ଠୀ ପରସ୍ପରକୁ ଠେଙ୍ଗା ଓ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତି ହୋଇଥିବା ନେଇ ସୂଚନା ମିଳିଛି। ଏ ନେଇ ଧଉଳି ଥାନାରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ପକ୍ଷର ଅଭିଯୋଗକୁ ଆଧାର କରି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ଗୋଟିଏ ପକ୍ଷରୁ ଗ୍ରାହକ ଦୀପମ୍‌ଜ୍ୟୋତି ମହାପାତ୍ର ଏବଂ ସାଥୀମାନେ ଅଭିଯୋଗ କରିଥିବା ବେଳେ ଅନ୍ୟପକ୍ଷରୁ ପେଟ୍ରୋଲ ଟାଙ୍କି କର୍ମଚାରୀ ପିଙ୍କୁ ରଣା (୨୫) ଅଭିଯୋଗ କରିଛନ୍ତି। ରାତି ସାଢ଼େ ୧୨ଟାରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ କେନ୍ଦ୍ର କରି ଦୀପମ୍‌ ଜ୍ୟୋତିଙ୍କ ସହିତ ଆସିଥିବା ଅନ୍ୟ ୫ ଯୁବକ/ଯୁବତୀଙ୍କ ସହିତ ପେଟ୍ରୋଲ ଟାଙ୍କିରେ କାମ କରୁଥିବା ୫ ଜଣ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଏତଲାରେ ଦର୍ଶାଯାଇଛି ।

ସମ୍ବନ୍ଧିତ ଖବର