୨ କୋଜି ଭାଙ୍ଗ ଜବତ, ଦୁଇ ଗିରଫ

ଭୁବନେଶ୍ୱର : ଭାଙ୍ଗ ଚୋରା ଚାଲାଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅଭିଷେକ ପ୍ରଧାନ (୨୭) ଓ ନୟାଗଡ଼ ଜିଲ୍ଲା ଓଲ୍ଡଟାଉନ୍‌ ଅଞ୍ଚଳର ଶିବବ୍ରତ ପଟ୍ଟନାୟକ (୨୭)। ଉଭୟ ଏଠାରେ ୟୁନିଟ୍‌-୧ ଅଞ୍ଚଳରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, ବୁଧବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ସମୟରେ ଅଭିଷେକ ଓ ଶିବବ୍ରତ ମିଶି ମାଷ୍ଟରକ୍ୟାଣ୍ଟିନ୍‌ ନିକଟରେ ଭାଙ୍ଗ ଚାଲାଣ ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ାଉକରି ଉଭୟଙ୍କୁ ଗିରଫ କରିବା ସହ ଭାଙ୍ଗ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର