ଭୁବନେଶ୍ବର: ଲୁଟ୍ପାଟ୍ ଅଭିଯୋଗରେ ରେଳବାଇ ଥାନା ପୁଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ୨ଟି ମୋବାଇଲ୍ ଫୋନ୍ ଓ ଅଢ଼େଇ ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ଖୋର୍ଧା ଯାଁଳା ଅଞ୍ଚଳର ଜିତେନ୍ଦ୍ର ବିଶୋୟୀ(୨୬) ଓ ଗଞ୍ଜାମ ବୁଗୁଡ଼ା ଅଞ୍ଚଳର ବିନୋଦ ପରିଡ଼ା(୨୭)। ରବିବାର ବିଳମ୍ବିତ ରାତିରେ ଅଭୟ ବିଶ୍ବାଳ ନାମକ ଜଣେ ଯୁବକ ଭଦ୍ରକ ଯିବା ପାଇଁ ଭୁବନେଶ୍ବର ଷ୍ଟେସନ୍ରେ ଟ୍ରେନ୍କୁ ଅପେକ୍ଷା କରିଥିଲେ। ଏହାର ସୁଯୋଗ ନେଇ ଜିତେନ୍ଦ୍ର ଓ ବିନୋଦ ତାଙ୍କ ମୋବାଇଲ୍ ଓ ଟଙ୍କା ନେଇଯାଇଥିଲେ। ଚୋରି କରୁଥିବା ଦେଖି ଅଭୟ ପାଟି କରିବାରୁ ଅଭିଯୁକ୍ତ ଦ୍ବୟ ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ହେଲେ ସେଠାରେ ଥିବା ପୁଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ଅଭୟ ସେଠାରେ ପହଞ୍ଚି ଘଟଣା ବିଷୟରେ କହିବାରୁ ପୁଲିସ ଉଭୟଙ୍କୁ ଧରି ଥାନାକୁ ଆଣିଥିଲା। ଏନେଇ ଅଭୟଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
୨ ଲୁଟେରା ଗିରଫ, ମୋବାଇଲ୍ ଫୋନ୍ ଓ ଟଙ୍କା ଜବତ
/sambad/media/post_attachments/wp-content/uploads/2019/04/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)