୨ ଲୁଟେରା ଗିରଫ

ଖଣ୍ଡଗିରି: ଶନିବାର ଯାଁଳା ଫାଣ୍ଡି ପୁଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯାଁଳା ଫାଣ୍ଡି ଅନ୍ତର୍ଗତ ଏକ ଦଳିତ ସାହିର ସନ୍ତୋଷ ନାୟକ(୨୧) ଓ ଖଣ୍ଡଗିରି ଥାନା ତାରିଣୀ ବସ୍ତିର ରବି ନାରାୟଣ ସାହୁ(୧୯)। ଜୁନ୍‌ ୨୪ ତାରିଖରେ ମଦନପୁର କାଇମାଟିଆ ରାସ୍ତାରେ ଜଣେ ମହିଳା ଜଟଣୀସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଜଣେ ମହିଳାଙ୍କଠାରୁ ସନ୍ତୋଷ ଓ ରବି ଏକ ବାଇକ୍‌ରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେଇଥିଲେ। ଏ ନେଇ ମହିଳା ଜଣଙ୍କ ଯାଁଳା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଦ୍ୱୟ ଯାଁଳା ଓ ୧୬ ନମ୍ବର ଜାତୀୟ ରାଜପଥରେ ବହୁ ଲୁଟ୍‌ପାଟ୍‌ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର