ଭୁବନେଶ୍ବର: ସହିଦନଗର ଥାନା ପୁଲିସ ୨ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବାଇକ୍ ଓ ମୋବାଇଲ୍ ଜବତ କରିଛି। ସେମାନେ ହେଲେ, ୟୁନିଟ୍-୨ ଅଞ୍ଚଳର ରାକେଶ ରେଡ୍ଡୀ ଓରଫ ଜିତୁ ଓରଫ ରାଜେନ୍ଦ୍ର(୨୪) ଓ ୟୁନିଟ୍-୯ ସିଦ୍ଧେଶ୍ବରବସ୍ତର ଲୋକନାଥ ନାୟକ(୨୫) ଓରଫ ବାବୁ। ପୁଲିସ ସୂଚନା ମୁତାବକ, ଗତ ୨୭ତାରିଖ ସନ୍ଧ୍ୟା ସମୟରେ ପବିତ୍ର ଦାସ ନାମକ ଜଣେ ଯୁବକ ସହିଦନଗର ଆଇଡିବିଆଇ ଛକରେ ଯାଉଥିବା ସମୟରେ ଜିତୁ ଓ ବାବୁ ଏକ ବାଇକ୍ରେ ଆସି ତାଙ୍କ ମୋବାଇଲ୍ ଝାମ୍ପି ନେଇଥିଲେ। ଏନେଇ ପବିତ୍ର ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।
୨ ଲୁଟେରା ଗିରଫ
/sambad/media/post_attachments/wp-content/uploads/2019/01/arrest09-3.jpg)