ଖଣ୍ଡଗିରି: ଜଣେ ମହିଳାଙ୍କଠାରୁ ମୋବାଇଲ୍ ଫୋନ୍ ଲୁଟ୍ କରି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ୟୁନିଟ୍-୮ ଜଳେଶ୍ବର ମନ୍ଦିର ନିକଟ ଏକ ସରକାରୀ କଲୋନିରେ ରହୁଥିବା ପୁରୀ ସାତଶଙ୍ଖର ମୋହିତ ମହାନ୍ତି(୧୯) ଓ ନୂଆପଲ୍ଲୀ ନୂଆସାହିରେ ରହୁଥିବା ଗଞ୍ଜାମ ପୋଲସରାର ପ୍ରତୀଶ ବେହେରା(୧୯)। ପୁଲିସ ସୂଚନାନୁସାରେ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ ଜାଗମରା ଅଞ୍ଚଳରେ ରହୁଥିବା ସବିତା ବଡ଼ଜେନା ଓ ତାଙ୍କ ଝିଅ ଏକ ସ୍କୁଟି ଯୋେଗ ଜୟଦେବ ବିହାରରୁ ଘରକୁ ଫେରୁଥିଲେ। ବରମୁଣ୍ଡା ନିକଟରେ ସବିତାଙ୍କ ଝିଅ ମୋବାଇଲ୍କୁ ଏକ କଲ୍ ଆସିବାରୁ ସେ ରାସ୍ତାରେ ଅଟକି କଥା ହୋଇଥିଲେ। ଠିକ୍ ଏତିକିବେଳେ ଅଭିଯୁକ୍ତ ଦ୍ବୟ ଏକ ବାଇକ୍ରେ ଆସି ତାଙ୍କ ହାତରୁ ମୋବାଇଲ୍ ଫୋନ୍ ଝାମ୍ପି ନେଇ ଫେରାର୍ ହୋଇ ଯାଇଥିଲେ। ଏ ନେଇ ସବିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଓ ସେହିଦିନଠାରୁ ପୁଲିସ ମୋବାଇଲ୍କୁ ଟ୍ରାକିଂ କରୁଥିଲା। ଗତ କିଛି ଦିନ ହେଲା ମୋବାଇଲ୍ ଫୋନ୍ଟି ଡେଲ୍ଟା ଛକ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିବା ପରେ ପୁଲିସ ଗତକାଲି ଅଭିଯୁକ୍ତ ଦ୍ବୟଙ୍କୁ ଠାବ କରିଥିଲା।
ଦୁଇ ମୋବାଇଲ୍ ଲୁଟେରା ଗିରଫ
/sambad/media/post_attachments/wp-content/uploads/2019/05/arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)