ମୁମ୍ବାଇ: ମୁମ୍ବାଇର ଦୁଇ ଜଣ ଛାତ୍ରଙ୍କ ବିରୋଧରେ ୧୦ଟି ସ୍କୁଟର ଚୋରି କରିଥିବାର ଅଭିଯୋଗ ଆସିଥିଲା ସେମାନେ ୟୁ ଟ୍ୟୁବ୍ର ଭିଡିଓ ଦେଖି ଏପରି ସ୍କୁଟର ଚୋରିର ଯୋଜନା ଚଳାଇଥିଲେ। ସେ ଦୁହେଁ ନଅଟି ସ୍କୁଟର ଚୋରି କରି ସାରିବା ପରେ ଗତ ଜାନୁଆରି ୧ ତାରିଖରେ ଗୋଟିଏ ସ୍କୁଟର ଚୋରି କରିଥିଲେ। ଉଭୟଙ୍କୁ ପୁଲିସ ମୁମ୍ବାଇ ମଲାଡ୍ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅବିନାଶ କାସିିଦ୍ ଓ ରୂପେଶ ଘଡସି ମାଲାଡରେ ରୁହନ୍ତି। ସେମାନଙ୍କ ଭିତରୁ ଅବିନାଶର ବୟସ ୨୨ ବର୍ଷ ଓ ରୂପେଶଙ୍କର ବୟସ ୨୧ ବର୍ଷ। ସେ ଦୁହେଁ ୟୁ ଟ୍ୟୁବ୍ ଭିଡିଓରୁ କିପରି ବାଇକ୍ ଚୋରି କରିହୁଏ,ତାର କଳା ଶିଖିଲେ। ସେ ଦୁହେଁ ପାଞ୍ଚଟି ସ୍କୁଟର ଚୋରି କରି ବିକ୍ରି କରିଥିଲେ। ସେମାନଙ୍କ ଭିତରୁ ପୁଲିସ୍ ପ୍ରଥମେ କାସିଦ୍କୁ ଧରିଥିଲା। ତା’ପରେ ଗତ ବୁଧବାର ଦିନ ଘଡସିକୁ ପୁଲିସ ଗିରଫ କରିଥିଲା। ସେ ଦୁହେଁ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ଏକ ଦୋକାନରୁ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ। ଏ ଦୁହିଁଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୭୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଚୋରି ହୋଇଥିବା ନଅଟି ସ୍କୁଟର ଉଦ୍ଧାର କରିଛି।