ନୂଆଦିଲ୍ଲୀ: ଜଣେ ୨୨ବର୍ଷର ଯୁବକଙ୍କୁ ସାଇକେଲ ଚୋରି କରୁଥିବା ସମୟରେ ଲୋକମାନେ ଧରିଥିଲେ। ଏହି ସମୟରେ ଦୁଇଜଣ ଲୋକେ ଧରାପଡ଼ିଥିବା ଚୋର ମଥାରେ ‘ମୁଁ ଜଣେ ଚୋର ଓ ଲୁଜର’ର ଟାଟୁ ଆଙ୍କି ଦେଇଥିଲେ ବୋଲି ଜଣାପଡ଼ିଛି। ଏହି ଯୁବକ ଜଣକ ନିକଟରେ ପୁଣିଥରେ ଜଣକଙ୍କ ଘରୁ ଚୋରି କରିଥିବା ଅବସ୍ଥାରେ ଧରାପଡ଼ିଛି।
‘ମୁଁ ଚୋର’ ବୋଲି ଟାଟୁ ଅଙ୍କାଥିବା ଯୁବକର ନାମ ରୁଆନ ରୋଚା ଡା ସିଲବା ବୋଲି ଜଣାପଡ଼ିଛି। ଯୁବକର ମଥାରେ ବ୍ରାଜିଲର ସ୍ଥାନୀୟ ଭାଷାରେ ଟେକଷ୍ଟ ଲେଖାଯାଇଛି। ରୁଆନ ଗତ ରବିବାର ଜଣଙ୍କ ଶୌଚାଳୟ ଝରକା ଦେଇ ଘରେ ଚୋରି କରିବାକୁ ପଶିଥିଲା। ଏହି ସମୟରେ ଘରଲୋକ ତାକୁ ଧରି ପକାଇଥିଲେ। ସେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ସମୟରେ ଆହତ ବି ହୋଇଥିଲା। ପୁଲିସ ତାକୁ ଗିରଫ କରିବା ପରେ ହସ୍ପିଟାଲରେ ଭର୍ତ୍ତି କରି ତାର ଚିକିତ୍ସା କରାଇଥିଲା।
ରୁଆନର ମଥାରେ ‘ମୁଁ ଜଣେ ଚୋର ଓ ଲୁଜର’ ଲେଖାଥିବା ଟାଟୁକୁ ଦୁଇଜଣ ଲୋକ ୨୦୧୭ରେ ଆଙ୍କିଥିଲେ । ଯେତେବେଳେ ସେ ସାଇକେଲ ଚୋରି କରୁଥିବା ଅବସ୍ଥାରେ ଧରାପଡ଼ି ଯାଇଥିଲା। ଏହି ସମୟରେ ତାର ମଥାରେ ଜଣେ ଟାଟୁ ଆଙ୍କୁ ଥିବା ବେଳେ ଆଉ ଜଣେ ରୁଆନ ମଥାରେ ଟାଟୁ ଅଙ୍କାଯିବାର ଭିଡିଓ କରିଥିଲେ। ତେବେ ଦୁହେଁ ରୁଆନ ମଥାରେ ଟାଟୁ ଏଥିପାଇଁ ଆଙ୍କିଥିଲେ କି ରୁଆନ ତାର ଭୁଲକୁ ଅନୁତାପ କରୁ।
ରୁଆନ ଜଣେ ପେସାଦାର ଚୋର। ସେ ଅନେକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/36c28b43-9e84-4746-b77b-eb978552d7a7.jpg)