ପ୍ରେମିକ ସହିତ ବୁଲିବାକୁ ଆସିଥିବା ଯୁବତୀଙ୍କୁ ଦୁଷ୍କର୍ମ କରି ୨ କନଷ୍ଟେବଳ ଗିରଫ

ରାୟପୁର: ଛତିଶଗଡ଼ର ବିଧାନସଭା ନିକଟରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଦଷ୍କର୍ମର୍ କରିବା ଅଭିଯୋଗରେ ରକ୍ଷକ ହୋଇ ଭକ୍ଷକ ସାଜିଥିବା ଦୁଇଜଣ ପୁଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ପୀଡ଼ିତା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଠାରୁ ଏହି ଅଭିଯୁକ୍ତ ପୁଲିସ କନଷ୍ଟେବଳ ଯୋର ଜବରଦସ୍ତ ଟଙ୍କା ମଧ୍ୟ ଆଦାୟ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଦୁଇଜଣ ଅଭିଯୁକ୍ତ ପୁଲିସ କନଷ୍ଟେବଳଙ୍କୁ ନିଲମ୍ବନ କରି ସେମାନଙ୍କୁ ଗିରଫ କରିଛି।
ଯୁୂବତୀ ଜଣକ ଗତ ରବିବାର ଦିନ ବିଧାନସଭା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖ ଦିନ ସେ ଓ ତାଙ୍କ ପୁରୁଷ ବନ୍ଧୁ ଏକ ନିଛାଟିଆ ସ୍ଥାନରେ ବସିଥିବା ବେଳେ ଦୁଇଜଣ କନଷ୍ଟେବଳ ସେମାନଙ୍କ ପାଖରେ ପହଞ୍ଚିଥିଲେ। ଏହି କନଷ୍ଟେବଳ ଦୁଇଜଣ ହେଉଛନ୍ତ ହୀରାଲାଲ ନିର୍ମାଲକର ଓ ଟିକାରାମ ତାରକ ବୋଲି ଯୁବତୀ ଜଣକ ଚିହ୍ନଟ କରିଥିଲେ। ତେବେ ଉଭୟ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ବସିଥିବା ବେଳେ ଏଠାରେ କାହିଁକି ବସିଛି ବୋଲି ହୀରାଲାଲ ଓ ଟିକାରମ ଆସି ସେମାନଙ୍କୁ ଧମକାଇଥିଲେ। ସେମାନେ ଏଠାରେ ବସିଛନ୍ତିି ଓ ଶୀଘ୍ର ଘରକୁ ପଳାଇ ଯିବେ ବୋଲିି କହିବା ସତ୍ତ୍ୱେ କନଷ୍ଟେବଳ ଦୁଇଜଣ ଖରାପ ଉଦ୍ଦେଶ୍ୟ ରଖି ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ତାଙ୍କ ପୁରୁଷ ବନ୍ଧୁୁ ପ୍ରତିବାଦ କରିବାରୁ କନଷ୍ଟେବଳ ଟିକାରାମ ତାଙ୍କୁ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହିତ ସେଠାରୁ ଗୋଡ଼ାଇ ଗୋଡ଼ାଇ ଅନ୍ୟତ୍ର ନେଇ ଯାଇଥିଲେ।

ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଯିବାକୁ ଚାହିଁବାରୁ ହୀରାଲାଲ ତାଙ୍କୁ ନ ଛାଡ଼ି ସେଠାରେ ଅଟକାଇ ରଖିଥିଲେ। ପରେ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଓ ଭୟ ଦେଖାଇ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ହୀରାଲାଲ ଯୁବତୀଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ବ୍ଲାକ ମେଲିଂ କରିଥିଲେ। ମାତ୍ର ଯୁବତୀଙ୍କ ପାଖରେ ଏତେ ଟଙ୍କା ନ ଥିବାରୁ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ଡକାଇ ୫ ହଜାର ଟଙ୍କା ଦେଇଥିଲେ। ଆଉ ୫ ହଜାର ଟଙ୍କା ଦେବା ପାଇଁ ହୀରାଲାଲ ଓ ଟିକାରାମ ଯୁବତୀଙ୍କ ମୋବାଇଲ ଫୋନ ନମ୍ବର ରଖିବା ସହିତ ତୁରନ୍ତ ଏହି ଟଙ୍କା ଦେବାକୁ କହି ଛାଡ଼ିଥିଲେ। ଘରେ ପହଞ୍ଚିବା ପରେ ଯୁବତୀ ଜଣକ ଭାଙ୍ଗି ପଡ଼ିଥିବା ବେଳେ ହୀରାଲାଲ ତାଙ୍କ ମୋବାଇଲ ଫୋନ୍‌କୁ ବାରମ୍ବାର ଫୋନ କରି ଟଙ୍କା ମାଗିଥିଲେ। ଏହି ସମୟରେ ଯୁବତୀ ଜଣକ ମୋବାଇଲ ଫୋନ୍‌ରେ ହୀରାଲାଲଙ୍କ ସହିତ ହୋଇଥିବା କଥାବାର୍ତ୍ତା ରେକର୍ଡିଂ କରି ବିଧାନସଭା ଥାନାରେ ଗତ ରବିବାର ଦିନ ଦୁଷ୍କର୍ମ ଓ ଜୋର ଜବରଦସ୍ତ ଟଙ୍କା ଆଦାୟ ନେଇ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାକୁ ଗୁରୁତର ସହିତ ନେବା ସହିତ ଦୁଇଜଣ ଅଭିଯୁକ୍ତ କନଷ୍ଟେବଳଙ୍କୁ ସଙ୍ଗେ ସଙ୍ଗେ ନିଲମ୍ବନ କରିଥିଲା। ପରେ ସେମାନଙ୍କୁ ଗିରଫ କରାଯାଇଛି। ଦୁଇଜଣ କନଷ୍ଟେବଳଙ୍କ ଏପରି କାର୍ଯ୍ୟ ପୁଲିସକୁ ନନ୍ଦିତ କରିଛି।

ସମ୍ବନ୍ଧିତ ଖବର