ଭୁବନେଶ୍ବର: ଯାତ୍ରୀଙ୍କଠାରୁ ଲାଞ୍ଚ ନେବା ଘଟଣାରେ ରେଳବାଇ ଏସପି ଭୁବନେଶ୍ବର ରେଳବାଇ ଥାନାର ଦୁଇ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ହାବିଲଦାର ମହମ୍ମଦ ନଇମ ଓ କନଷ୍ଟେବଲ ରଂଜନ କୁମାର ବେହେରା। ଦୁହେଁ ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯାତ୍ରୀଙ୍କୁ ଟ୍ରେନରେ ବସାଇ ଦେବାକୁ କହି ୫ଶହ ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ରେଳବାଇ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହିତ ନିଆଯାଇ ତଦନ୍ତ ପାଇଁ ନିର୍ଦେଶ ହୋଇଥିଲା। ତଦନ୍ତରେ ସତ୍ୟାସତ୍ୟ ଜଣାପଡ଼ିବା ପରେ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି ବୋଲି ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁ ସୂଚନା ଦେଇଛନ୍ତି।
ଲାଞ୍ଚ ନେବା ଘଟଣାରେ ଦୁଇ ପୁଲିସ ନିଲମ୍ବିତ
/sambad/media/post_attachments/wp-content/uploads/2019/04/police-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)