ପୁଣ୍ୟ ସ୍ଥାନରେ ପାପ କାର୍ଯ୍ୟ; ମନ୍ଦିର ପରିସରରେ ପୂଜକ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ୫ ବର୍ଷୀୟା ଶିଶୁ

ଭୋପାଳ: ପୁଣି ଜଣେ ଶିଶୁ ଯୌନ ଶୋଷଣର ଶିକାର। ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ମଙ୍ଗଳବାର ଜଣେ ୫ ବର୍ଷର ଶିଶୁକୁ ଏକ ମନ୍ଦିର ପରିସରରେ ୨ ଜଣ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ ଜଣକ ଜଣେ ଚାଷୀଙ୍କର ଝିଅ। ପୂଜକ ଦ୍ୱୟ ସେହି କୁନି ଝିଅଟିକୁ ମିଠା ଦେବାର ପ୍ରଲୋଭନ ଦେଖାଇ ଭିତର ଆଡ଼କୁ ଡାକି ନେଇ ତା’ ସହ ଦୁଷ୍କର୍ମ କରିଥିବା ଜାଣିବାକୁ ମିଳିଛି।

ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡ଼ିତା ଶିଶୁକୁ ଘରେ ଛାଡ଼ି ଏ ସଂପର୍କରେ କାହାକୁ ନକହିବା ପାଇଁ ଧମକ ଦେଇଥିବା ଜାଣିବାକୁ ମିଳିଛି।

ପୀଡ଼ିତା ଜଣକ ଧମକକୁ ଭୟ କରି ଏ ସଂପର୍କରେ କାହାକୁ କହିନଥିଲା। ମାତ୍ର ପରେ ପରେ ଶିଶୁଟିର ଯୌନାଙ୍ଗରେ ପୀଡ଼ା ହେବାରୁ ଏକଥା ମାଆଙ୍କ ସନ୍ଦେହ ହୋଇଥିଲା। ସେ ଶିଶୁଟିକୁ ପଚରାଉଚରା କରିବାକୁ ସେ ମନ୍ଦିରର ସେହି ଦୁଇ ପୂଜକଙ୍କ ସଂପର୍କରେ ମାଆଙ୍କୁ ଜଣାଇଥିଲା।

ପରିବାର ଲୋକ ତୁରନ୍ତ ପୁଲିସ୍‌କୁ ସୂଚନା କରିବା ସହ ପୀଡ଼ିତା ଶିଶୁକୁ ହସ୍ପିଟାଲ୍‌ ନେଇ ଯାଇଥିଲେ। ଶିଶୁଟିର ଅବସ୍ଥା ଏବେ ବିପଦଶୂନ୍ୟ ରହିଛି।

ଏହି ଘଟଣାର ତଦନ୍ତ କରି ଗୋରାଘାଟ ପୁଲିସ୍‌ ୫୫ ବର୍ଷିଅ ପୂଜକ ରାଜୁ ପଣ୍ଡିତ ଓ ୪୫ ବର୍ଷିଅ ପୂଜକ ବାଟୋଲି ପ୍ରଜାପତିଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର