ଚାରି ଆଇନ ଛାତ୍ର ମିଳିମିଶି ଛାପିଲେ ୫.୬ ଲକ୍ଷ ଟଙ୍କାର ନକଲି ନୋଟ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମନାଲି: ହରିୟାନାର ରୋହତକସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ୨ ଜଣ ଆଇନ ଛାତ୍ର ଚରସ କିଣିବା ପାଇଁ ଜାଲ ଟଙ୍କା ଛାପି ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ଆଉ ଦୁଇଜଣ ସହଯୋଗୀ (ଉଭୟ ଛାତ୍ର) ଫେରାର ହୋଇ ଯାଇଛନ୍ତି। ପୁଲିସ ସେମାନଙ୍କ ଠାରୁ ୨ ଳକ୍ଷ ୧୦ ହଜାର ଟଙ୍କାର ନକଲି ନୋଟ୍‌ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ୪ ଜଣ ଛାତ୍ର ଗତ ଏପ୍ରିଲ ୧୪ ତାରିଖ ଦିନ ୨ କେଜି ଚରସ କିଣିବା ପାଇଁ ହିମାଚଳ ପ୍ରଦେଶର ମଲାନା ଗାଁର ଜଣେ ବ୍ୟକ୍ତିଙ୍କୁ ୫ଲକ୍ଷ ୬୦ ହଜାର ଟଙ୍କାଦେଇଥିଲେ। ତେବେ ଗତ ଏପ୍ରିଲ୍ ୨୬ ତାରିଖ ଦିନ ମଣ୍ଡି ଜିଲ୍ଲା ଭାଦ ଗାଁର ଲାଲ ସିଂହ ୧ ଲକ୍ଷ ଟଙ୍କା ଗୋହରସ୍ଥିତ ହିମାଚଳ ଗ୍ରାମ୍ୟ ବ୍ୟଙ୍କରେ ଦାଖଲ କରିବାକୁ ଯାଇଥିଲେ। ମାତ୍ର ସେହି ଟଙ୍କା ଜାଲି ନୋଟ୍‌ ବୋଲି ଜଣାପଡ଼ିବା ପରେ ବ୍ୟାଙ୍କ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଲାଲ ସିଂହଙ୍କ ଘର ତଲାସୀ କରିବାରୁ ସେଠାରୁ ଆହୁରି ୧ଲକ୍ଷ ୧୦ ହଜାର ଟଙ୍କାର ନକଲି ନୋଟ୍‌ ଜବତ କରାଯାଇଥିଲା। ପଚରାଉଚରା ସମୟରେ ଲାଲ ସିଂହ ପୁଲିସକୁ କହିଥିଲେ ଯେ ସେ ମଲାନା ଗାଁର ଦେବଙ୍କୁ ୨ କେଜି ଚରସ ବିକି ଥିଲେ। ଏଥିପାଇଁ ଦେବ ତାଙ୍କୁ ୨ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ। ମାତ୍ର ସେ ଏହି ଟଙ୍କା ନକଲି ନୋଟ୍‌ ବୋଲି ଜାଣି ନ ଥିଲେ।

ଏହ ଜାଣିବା ପରେ ପୁଲିସ ଏହି ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଧରିବା ପାଇଁ ଏକ  ସ୍କ୍ଵାର୍ଡ ଗଠନ କରିଥିଲେ ଏବଂ ଦେବଙ୍କୁ ମଲାନାରୁ ଗିରଫ କରିଥିଲେ। ଦେବ ପୁଲିସକୁ ସୂଚନା ଦେଇଥିଲେ ଯେ ହରିୟାନାର ୪ ଜଣ ଛାତ୍ର ତାଙ୍କୁ ୨ କେଜି ଚରସ ପାଇଁ ୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। ଏଥିରୁ ସେମାନେ ୨ଲକ୍ଷ ୧୦ ହଜାର ଟଙ୍କା ଦେଇ ୨ କେଜି ଚରସ ଲାଲ ସିଂହ ଠାରୁ କିଣିଥିଲେ। ଅବଶିଷ୍ଟ ୩ ଲକ୍ଷ ୫୦ ହଜାର ଟଙ୍କା ନେଇ ଦେବଙ୍କ ସାଙ୍ଗ କିଶା ଏକା ଧରି ଫେରାର ହୋଇ ଯାଇଛିି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମଲାନା ଗାଁର ଲୋକେ ଅଳ୍ପ ପାଠୁଆ। ସେମାନେ ଅସଲି ଓ ନକଲି ନୋଟ୍‌ ଚିହ୍ନି ପାରି ନାହାଁନ୍ତି। ଏହାର ସୁଯୋଗ ନେଇ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ୪ ଜଣ ଆଇନ୍‌ ଛାତ୍ର ନକଲି ନୋଟ୍‌ ଛାପି ଏହା ସହାଯ୍ୟରେ ମଲାନା ଗାଁରୁ ଚରସ କିଣିଛନ୍ତି। ସବୁ ନୋଟ୍‌ ଗୁଡ଼ିକ ୨ ହଜାର ଟଙ୍କିଆ ହୋଇଥିିବା ବେଳେ ପୁଲିସ ବର୍ତ୍ତମାନ ସୁଦ୍ଧା କେବଳ ୨ଲକ୍ଷ ୧୦ ହଜାର ନକଲି ନୋଟ୍‌ ଜବତ କରିବାରେ ପୁଲିସ ସକ୍ଷମ ହୋଇଛି ବୋଲି ମଣ୍ଡି ଜିଲ୍ଲା ପୁଲିସ ଅଧିକ୍ଷକ ହିତେଶ ଲଖନପାଲ କହିଛନ୍ତି। ଶ୍ରୀ ଲଖନପାଲ କହିଛନ୍ତି ଯେଏହି ଘଟଣାରେ ଆଇନ ଛାତ୍ର ତଥା ହରିୟାନାର ବିକ୍ରାନ୍ତ ଓ ଦିଲ୍ଲୀର ପରଭେସଙ୍କୁ ହିମାଚଳପ୍ରଦେଶର କୁଲୁ ଜିଲ୍ଲାରୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କୁ ଧରି ମଣ୍ଡିକୁ ଆଣି ପଚରା ଉଚରା କରିବାରୁ ସେମାନେ ଜାଲ ନୋଟ୍‌ ଛାପିଥିବା ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର