୧୫ ଦିନ ଲୁଚାଇ ରଖି ୨ ଛତିଶଗଡ଼ୀ କିଶୋରୀଙ୍କ ସହ ଦୁଷ୍କର୍ମ କଲେ ୯ ଜଣ ଲୋକ

କୋର୍ବା: ଛତିଶଗଡ଼ର କୋରିୟା ଜିଲ୍ଲାର ଦୁଇ ଜଣ କିଶୋରୀଙ୍କୁ ୧୫ ଦିନ ଧରି ଲୁଚାଇ ରଖି ୯ ଜଣ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ପୁଲିସ କହୁଛି।

୧୭ ଓ ୧୫ ବର୍ଷର ଦୁଇ କିଶୋରୀଙ୍କୁ ସୋମବାର ଦିନ ପଡ଼ୋଶୀ ମଧ୍ୟପ୍ରଦେଶର ବିଜୁରି ରେଳବାଇ ଷ୍ଟେସନ୍‌ର ଗୋଟିଏ ସ୍ଥାନରୁ ପୁଲିସ ଉଦ୍ଧାର କରିଛି।

ପୀଡ଼ିତାମାନେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାବର୍ତ୍ତୀ କୋରିୟା ଅନ୍ତର୍ଗତ ଝାଗ୍ରାଖଣ୍ଡ ଅଞ୍ଚଳର।

କୋରିୟାର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନିବେଦିତା ଶର୍ମା କହନ୍ତି, ମାର୍ଚ ୪ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ୨୦ ବର୍ଷିୟ ଅଭିଜିତ ପାଲ ଓରଫ ପିଙ୍କୁ ପୀଡ଼ିତାମାନଙ୍କ ମଧ୍ୟରୁ ଜଣକୁ ବିବାହ କରିବା ବାହାନାରେ ନେଇଯାଇଥିଲା। ଅବଶ୍ୟ ପୂର୍ବରୁ ତା’ସହ ତା’ର ପ୍ରେମ ସମ୍ପର୍କ ଥିଲା। ସେ ପୀଡ଼ିତାଙ୍କ ସହ ତା’ର ଜଣେ ବାନ୍ଧବୀ ମଧ୍ୟ ଯାଇଥିଲା।

ଝାଗ୍ରାଖଣ୍ଡ ଅନ୍ତର୍ଗତ ଖୋଙ୍ଗାପାନି ଗାଁ’ର ପାଲ୍‌ ଦୁଇ ନାବାଳିକାଙ୍କୁ ଖୋଙ୍ଗାପାନିର ଗୋଟାଏ ସ୍ଥାନକୁ ନେଇ ଦୁହିଁଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ପାଲ୍‌ ଏବଂ ତାଙ୍କର ଆଠ ଜଣ ସାଙ୍ଗ ଦୁଇ ଝିଅଙ୍କୁ ଲେଡ୍ରି ଏବଂ ବିଜୁର ଗାଁ’ରେ ରଖି ତାଙ୍କ ସହ ଥରକୁ ଥର ଦୁଷ୍କର୍ମ କରିଥିଲେ।

ମାର୍ଚ ୧୮ ତାରିଖ ସକାଳେ ପୀଡ଼ିତାଙ୍କ ପରିବାର ଅଭିଯୋଗ ଦରଜ କରିଥିଲେ।

କୌଣସି ସୂତ୍ରରୁ ସନ୍ଧାନ ନେଇ ଦଳେ ପୁଲିସ ବିଜୁରି ରେଳ ଷ୍ଟେସନ୍‌ ନିକଟସ୍ଥ ଏକ ସ୍ଥାନରେ ମଙ୍ଗଳବାର ପାହାନ୍ତିଆ ଚଢ଼ାଉ କରି ଝିଅମାନଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର ସମୟରେ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୁଇଜଣଙ୍କୁ ଧରିବାକୁ ତଲାସ ଚାଲିଛି।

ସମ୍ବନ୍ଧିତ ଖବର