୨ ଅଜଣା ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ବର: ସିଆର୍‌ପି ଛକ ନିକଟ ଏନ୍‌ଏଚ୍‌ ଡିଭିଜନ୍‌ ଅଫିସ୍‌ ଗ୍ୟାରେଜ୍‌ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ନୂଆପଲ୍ଲୀ ଥାନା ପୁଲିସ ଜବତ କରିଛି। ତେବେ ତାଙ୍କର କୌଣସି ପରିଚୟ ମିଳିପାରି ନହିଁ। ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଗୁରୁବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ସ୍ଥାନୀୟ ଲୋକମାନେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଜଣେ ଯୁବକ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଲୋକମାନେ ତୁରନ୍ତ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ‌ନେଇଥିଲା। ‌ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବାଣୀବିହାର ଓଭରବ୍ରିଜ୍‌ ନିକଟରୁ ସହିଦନଗର ଥାନା ପୁଲିସ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଜବତ କରିଛି। ତାଙ୍କ ବୟସ ୪୦ ବର୍ଷ ହେବ ବୋଲି ପୁଲିସ ଅନୁମାନ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର