ପୁଲିସର ଚଢ଼ାଉ ପରେ ବୃଦ୍ଧଙ୍କ ଘରୁ ଉଦ୍ଧାର ହେଲା ୨୦ଟି ଅଜଗର ସାପ ସହିତ ୮୮୫ଟି ମୂଷା ଓ ୪୬ଟି ଠେକୁଆ

ନୂଆଦିଲ୍ଲୀ: ଆମେରିକାର ହୋଲାଡେ ସହରରେ ରହୁଥିବା ଜଣେ ବୃଦ୍ଧଙ୍କ ଘରେ ପୁଲିସ ଚଢ଼ାଉ କରି ୨୦ଟି ଅଜଗର, ୮୮୫ଟି ମୂଷା ଓ ୪୬ଟି ‌ଠେକୁଆ ଜବତ କରିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ମାର୍ଟିନ ବୋନ ଓ ବୟସ ୬୮ବର୍ଷ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ମାର୍ଟିନ ଜଣେ ଗୁପ୍ତ ଏଜେଣ୍ଟ ସହ ଫେସବୁକ ମାଧ୍ୟମରେ ଯୋଗାଯୋଗ କରି ଅଜଗର, ମୂଷା ଓ ଠେକୁଆକୁ ଆଣିଥିଲେ। ପରେ ନିଜ ଘରେ ସେସବୁକୁ ଲୁଚାଇ ରଖିଥିଲେ। ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ମାର୍ଟିନଙ୍କ ଘର ଭିତରେ ଅତର୍କିତ ଚଢ଼ାଉ କରିଥିଲା। ବିଷାକ୍ତ ପଶୁମାନଙ୍କୁ ଘରେ ରଖିବା ଅଭିଯୋଗରେ ତାଙ୍କ ନାମରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଛି। ଜବତ ହୋଇଥିବା ୨୦ ଅଜଗର ମଧ୍ୟରୁ ୧୦ଟି ଅଜଗର ଲମ୍ବ ୧୦ଫୁଟ ରହିଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମାର୍ଟିନଙ୍କ ଘରେ ଏହି ଅଜଗରଗୁଡ଼ିକ ବିଛଣାରେ ପଡ଼ି ରହିଥିଲେ। ଅଜଗର ରଖିବାର ପରମିଟ ଶେଷ ହୋଇଯାଇଥିବା ବେଳେ ସେ ଏହାର ତାରିଖକୁ ବୃଦ୍ଧି କରି ନଥିଲେ। ଏହି ସମସ୍ତ ଜୀବଙ୍କୁ ଉଦ୍ଧାର କରି ଯାଞ୍ଚ ପାଇଁ ନିଆଯାଇଛି। ଯାଞ୍ଚ ରିପୋର୍ଟରୁ ୨୦ଟି ଅଜଗର, ୮୮୫ଟି ମୂଷା ଓ ୪୬ଟି ‌ଠେକୁଆ ସୁସ୍ଥ ଥିବା ଜଣାପଡ଼ିଛି। ମାର୍ଟିନଙ୍କୁ ଏହି ଘଟଣାରେ ଜେଲ ହୋଇ ଯାଇଥିଲା। କିନ୍ତୁ ସେ ଜାମିନରେ ବାହାରି ଆସିଛନ୍ତି।

ସମ୍ବନ୍ଧିତ ଖବର