ଅଟୋରୁ ଦେଢ଼ ଲକ୍ଷ ଟଙ୍କା ଚୋରି, ଲୁଟେରା ଗିରଫ

ଭୁବନେଶ୍ୱର: ଅଟୋରୁ ଦେଢ଼ଲକ୍ଷ ଟଙ୍କା ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା’ଠାରୁ ଲକ୍ଷେ ୩୮ ହଜାର ଟଙ୍କା ଜବତ କରିଛି। ସେ ହେଲା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ପ୍ରଶାନ୍ତ ଜେନା ଓରଫ ମଦନ(୨୩)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଗତ ୨୭ ତାରିଖ ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ସୁରଜ କୁମାର ପ୍ରଧାନ ନାମକ ଜଣେ ଯୁବକ ୟୁନିଟ୍ -୧ ମାର୍କେଟରୁ ପରିବା କିଣି ଅଟୋରେ ଲୋଡ୍ କରି ଟଙ୍କା ପାଇଁ ଯାଇଥିଲେ। ହେଲେ ଅଟୋରୁ କେହି ଟଙ୍କା ନେଇ ଯାଇଥିଲା। ଏନେଇ ସୁରଜ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସେଠାରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ପୁଲିସ ଅଭିଯୁକ୍ତ ପ୍ରଶାନ୍ତକୁ ଚିହ୍ନଟ କରିଥିଲା।

ସମ୍ବନ୍ଧିତ ଖବର