ଭୁବନେଶ୍ବର: କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ଜଣେ ବ୍ରାଉନ୍ ସୁଗାର ବେପାରୀକୁ ଗିରଫ କରିଛନ୍ତି। ସେ ହେଲା ସାଲିଆସାହି ବାଜପେୟୀ ନଗରର ପବିତ୍ର ଭୋଳ(୨୬)। ତା’ ଠାରୁ ୨୧ଗ୍ରାମ ବ୍ରାଉନ୍ ସୁଗାର, ବାଇକ୍ ଓ ଗୋଟିଏ ମୋବାଇଲ୍ ଜବତ ହୋଇଛି। ଜବତ ବ୍ରାଉନ୍ ସୁଗାର୍ର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପବିତ୍ର ଦୀର୍ଘଦିନ ଧରି ବ୍ରାଉନ୍ ସୁଗାର କାରବାର କରୁଥିଲା। ଆଜି ଦିନ ପ୍ରାୟ ସଢ଼େ ୨ଟା ସମୟରେ ପବିତ୍ର ଜଣେ ଯୁବକକୁ ବ୍ରାଉନ୍ ସୁଗାର ଦେବା ଲାଗି ଡାକିଥିବା କ୍ୟୁଏଟି ଖବର ପାଇଥିଲା। ଏହାପରେ ଉଭୟ କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଭାବେ ଚଢ଼ଉ ସେଠାରୁ ପବିତ୍ରକୁ ଗିରଫ କରିବା ସହ ବ୍ରାଉନ୍ ସୁଗାର ଜବତ କରିଥିଲେ। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ।
୨୧ ଗ୍ରାମ ବ୍ରାଉନ୍ ସୁଗାର ଜବତ, ବେପାରୀ ଗିରଫ
/sambad/media/post_attachments/wp-content/uploads/2019/06/arrest-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)