ଚଣ୍ଡିଗଡ଼ : ହରିୟାଣାର ପଞ୍ଚକୁଲାରେ ଜଣେ ୨୨ବର୍ଷିୟ ମହିଳା ଗଣଦୁଷ୍କର୍ମର ଶିକାର ହେବା ଚର୍ଚ୍ଚାର ବିଷୟ ପାଲଟିଛି । ଚାକିରି ଦେବାକୁ ଡ଼ାକି ସ୍ୱାମୀର ସାଙ୍ଗ ନିଜର ଅନ୍ୟ ୯ଜଣ ସାଥୀଙ୍କ ସହ ମିଶି ଏହି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏକ ଗେଷ୍ଟହାଉସ୍ରେ ପୀଡ଼ିତାଙ୍କୁ ୩ ଦିନ ବନ୍ଦୀ ରଖିବା ସହ ତାଙ୍କ ସହ ଥର ଥର କରି ଗଣଦୁଷ୍କର୍ମ କରାଯାଇଥିଲା । ୩ ଦିନ ଧରି ବାହାରିବାକୁ ଚେଷ୍ଟା କରି ବିଫଳ ହେଉଥିବା ପୀଡ଼ିତା ଶେଷରେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ । ସେଠାରୁ ଆସି ନିଜ ସହ ଘଟିଥିବା ଘଟଣାର ଅଭିଯୋଗ କରିବା ପରେ ପୁଲିସ ଗେଷ୍ଟହାଉସ୍ର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/07/rape--300x200.jpg)
ସୂଚନା ମୁତାବକ, ପୀଡ଼ିତା ଚାକିରି ଖୋଜୁଥିବା ଜାଣି ତାଙ୍କ ସ୍ୱାମୀଙ୍କର ଜଣେ ସାଙ୍ଗ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ । ଜୁଲାଇ ୧୫ରେ ଅଭିଯୁକ୍ତ ସାଙ୍ଗ ପୀଡ଼ିତାଙ୍କୁ ଫୋନ କରି ମୋର୍ନି ହିଲ୍ସରେ ଥିବା ଏକ ଗେଷ୍ଟହାଉସକୁ ଡ଼ାକିଥିଲେ । ସେଠାରେ ପୀଡ଼ିତା ପହଞ୍ଚିବା ପରେ ଚାକିରି ବିଷୟରେ କଥା ନ ହୋଇ ତାଙ୍କୁ ତୁରନ୍ତ ବନ୍ଦ କରି ଦିିଆ ଯାଇଥିଲା । ଯାହା ପରେ ଜୁଲାଇ ୧୮ପର୍ଯ୍ୟନ୍ତ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା । ୩ ଦିନର କଷ୍ଟ ପରେ ଶେଷରେ ସେଠାରୁ ଖସିବାରେ ସଫଳ ହୋଇଥିଲେ ପୀଡ଼ିତା । ଅଭିଯୋଗ ପରେ ପୁଲିସ ଦୁଇ ଗେଷ୍ଟହାଉସ୍ କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନାଁ ହନି ଏବଂ ଅବତାର ବୋଲି ଚିହ୍ନଟ କରାଯାଇଛି ।