ବିବାହ ପରେ ସ୍ୱାମୀ ଜାଣିଲା ପ୍ରେମିକା ନାରୀ ନୁହେଁ ପୁରୁଷ, ତା’ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ: ଯୁବକ ହୁଅନ୍ତୁ ଅବା ଯୁବତୀ ପ୍ରତ୍ୟେକଙ୍କ ଇଚ୍ଛା ତାଙ୍କ ଜୀବନସାଥୀ ଖୁବ୍‌ ସୁନ୍ଦର ହେଉ, ତାର ଭାବନାକୁ ବୁଝୁ ଯାହା ସହିତ ସେ ସାରା ଜୀବନ କାଟିବ। ଏଥିପାଇଁ ଉଭୟ ଯୁବକ ଓ ଯୁବତୀ ବିବାହକୁ ନେଇ ଉତ୍ସାହିତ ଥାଆନ୍ତି। କିନ୍ତୁ ଭାବନ୍ତୁ ତ ବିବାହ ପରେ ସ୍ୱାମୀ ଯେତେବେଳେ ଜାଣିବ ପତ୍ନୀ ନାରୀ ନୁହେଁ ସେ ହେଉଛି ଜଣେ ପୁରୁଷ କ’ଣ ଘଟିଥିବ ତା’ ପରେ…

ଏଭଳି ଘଟଣା ମୁମ୍ବାଇର ଗୋବାନ୍ଦି ଅଞ୍ଚଳରେ ଘଟିଛି। ମୁମ୍ବାଇର ଏକ କଲେଜରେ ରାହୁଲ ଓ ରୋହିଣୀ (ଛଦ୍ମନାମ)ଙ୍କର ପ୍ରଥମ ଭେଟ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଧୀରେଧୀରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। କିଛିଦିନ ଏକାଠି ବୁଲାବୁଲି କରିବା ପରେ ସାରା ଜୀବନ ଏକାଠି ସାଥୀ ହୋଇ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ପରିବାରଲୋକଙ୍କୁ ନିଜନିଜ ବିବାହ ବିଷୟରେ କହିଥିଲେ ରାହୁଲ ଓ ରୋହିଣୀ । ପରିବାରଲୋକ ବି ଦୁହିଁଙ୍କ ବିବାହରେ ରାଜି ହୋଇ ଜାନୁଆରି ୨୫ ତାରିଖରେ ରାହୁଲ ଓ ରୋହିଣୀ ବିବାହ କରାଇଥିଲେ।

ବିବାହ ପରେ ରାହୁଲ ମନରେ ବହୁ ଆଶା, ଆକାଂକ୍ଷା ରଖି ପ୍ରେମିକା ରୋହିଣୀକୁ ଘରକୁ ବଧୂ ବେଶରେ ସଜାଇ ଆଣିଥିଲା। ଏହାପରେ ରୋହିଣୀ କିଛିନା କିଛି ବାହାନା କରି ରାହୁଲକୁ ସମ୍ବନ୍ଧ ରଖିବାକୁ ଦିଏ ନାହିଁ। ରାହୁଲ ଏହାକୁ ବିଶେଷ ଗୁରୁତ୍ୱର ସହ ନେଇ ନଥିଲା କ’ଣ ଅସୁବିଧା ଅଛି ତେଣୁ ରୋହିଣୀ ଏପରି କହୁଥିବା ଭାବି ମନକୁ ବୁଝାଇ ଦେଇଥାଏ। ବିବାହାର କିଛିଦିନ ପରେ ପରିବାର ଲୋକ ରାହୁଲ-ରୋହିଣୀକୁ ହନିମୁନ୍‌ ପାଇଁ ମନାଲି ବୁଲିବାକୁ ପଠାଇ ଥିଲେ। ସେଠାରେ ରାହୁଲ ହଠାତ୍‌ ଜାଣିବାକୁ ପାଇଲା କି ଯାହାକୁ ସେ ଅର୍ଦ୍ଧାଙ୍ଗୀନ ଭାବେ ହାତ ଧରି ଘରକୁ ଆଣିଛି ସେ ନାରୀ ନୁହେଁ ପୁରୁଷ ।

ଏହାପରେ ରାହୁଲକୁ ଚାରିଦିଗ ଅନ୍ଧାର ଦିଶିଥିଲା କ’ଣ କରିବ କିଛି ବୁଝି ପାରି ନଥିଲା। ରୋହିଣୀ ସ୍ୱାମୀଙ୍କୁ କହିଥିଲା କି ଭାଜିନୋପ୍ଲାଷ୍ଟି ଅପରେସନ୍‌ ହେତୁ ତାହାର ଏପରି ପରିବର୍ତ୍ତନ ହୋଇଯାଇଛି। ଯଦି ଏ ବିଷୟରେ ରାହୁଲ କାହାକୁ ଜଣାଏ ତେବେ ସେ ଆତ୍ମହତ୍ୟା କରିଦେବ। ସେହି ଦିନଠାରୁ ରାହୁଲ କାହାକୁ କିଛି ନକହି ଚୁପ୍‌ ରହିଥିଲା। ପରିବାରଲୋକେ ଯେତେବେଳେ ସନ୍ତାନ ପାଇଁ ବାଧ୍ୟ କରିଥିଲେ ସେ ସମସ୍ତ ଘଟଣା ବିଷୟରେ ଜଣାଇ ଦେଇଥିଲା। ପରିବାର ଲୋକ ଏସବୁ ବିଷୟରେ ଜାଣିବା ପରେ ଡାକ୍ତରି ଯାଞ୍ଚ ଦାବି କରିବାରୁ ଝିଅଘର ଛାଡପତ୍ର ଦାବି କରିଛନ୍ତି। ତେବେ ଏନେଇ ଗୋବାନ୍ଦିର ଶିବାଜୀନଗର ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର