ମୁସ୍‌ଲିମ ଯୁବତୀକୁ ଭଲ ପାଇବା ମହଙ୍ଗା ପଡ଼ିଲା, ବିଚ୍‌ ରାସ୍ତାରେ ପ୍ରେମିକଙ୍କୁ ହାଣିଲେ ପରିବାର ଲୋକେ !

ନୂଆଦିଲ୍ଲୀ : ଅଲଗା ଧର୍ମର ଝିଅକୁ ଭଲ ପାଇବାର ମୁଲ୍ୟ ଦେବାକୁ ପଡ଼ିଛି ପ୍ରେମିକଙ୍କୁ । ଦୁହିଁଙ୍କ ସଂପର୍କକୁ ଭାଙ୍ଗିବା ପାଇଁ ପ୍ରେମିକାର ପରିବାର ଲୋକେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ପ୍ରେମିକଙ୍କୁ । ଫଟୋଗ୍ରାଫର ଭାବେ କାମ କରୁଥିବା ୨୩ ବର୍ଷୀୟ ଯୁବକଙ୍କୁ ଦିଲ୍ଲୀର ସଡ଼କରେ ଗୋଡ଼ାଇ ଗୋଡ଼ଇ ହାଣିଥିଲେ ପ୍ରେମିକାର ପରିବାର ଲୋକେ ।
ଯୁବକଙ୍କ ଗୋଟେ ଭୁଲ ତାଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲା । ଏଥିରେ ଯୁବତୀ ମା,ବାପା,ଦାଦା ଏବଂ ତାଙ୍କ ଭାଇ ସାମିଲ ଥିବା ଜଣା ପଡ଼ିଛି । ଘଟଣା ପରେ ପୁଲିସ ମା, ବାପା ଏବଂ ଦାଦାଙ୍କୁ ଗିରଫ କରିଥିବା ବେଳେ ଯୁବତୀଙ୍କ ଭାଇ ଖସି ପଳାଇଥିବା ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, ତିନି ବର୍ଷ ପୂର୍ବରୁ ମୃତ ଅଙ୍କିତ୍‌ଙ୍କର ୨୦ ବର୍ଷୀୟ ମୁସ୍‌ଲିମ୍‌ ଯୁବତୀଙ୍କ ସହ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ସେ ସମୟରେ ଅଙ୍କିତ୍‌ ଏବଂ ତାଙ୍କ ପ୍ରେମିକା ପଡ଼ୋଶୀ ଥିଲେ । କିଛି ଦିନ ପରେ ପ୍ରେମିକାଙ୍କ ପରିବାର ଘର ବଦଳାଇ ଦେଇଥିଲେ । କିନ୍ତୁ ଦୁଇଜଣଙ୍କ ମଧ୍ୟ ପ୍ରେମ କମ୍‌ ହୋଇ ନଥିଲା । ଏ ବିଷୟରେ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ସଂପର୍କ ଭାଙ୍ଗିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଦୁଇ ଜଣ କଥା ହେବା ବନ୍ଦ କରି ନଥିଲେ । ଏଥିରେ ରାଗି ଯାଇ ଅଙ୍କିତ୍‌ଙ୍କ ମାରିବାର ଯୋଜନା କରିଥିଲେ ପରିବାର ଲୋକେ ।
ଗୁରୁବାର ରାତିରେ ୯ଟାରେ ସେ ଘରକୁ ଫେରୁଥିବା ବେଳେ ଘର ଠାରୁ କିଛି ଦୂରରେ ତାଙ୍କୁ ଆକ୍ରମଣ କରିଥିଲେ ପ୍ରେମିକାଙ୍କ ପରିବାର ଲୋକେ । ଏକ ଧାରୁଆ ଅସ୍ତ୍ରରେ ସେ ଅଙ୍କିତ୍‌ଙ୍କ ବେକକୁ ହାଣିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏଥିରେ ପ୍ରେମିକାଙ୍କ ନାବାଳକ ଭାଇ ମଧ୍ୟ ସାମିଲ ଥିଲେ ଯିଏ ଏବେ ଫେରାର ଅଛନ୍ତି । ପୁଲିସ ଅଭିଯୁକ୍ତମାନଙ୍କୁ ଗରିଫ କରିବା ପରେ ପଚରାଉଚରା ଜାରି ରଖିଛି ।

ସମ୍ବନ୍ଧିତ ଖବର