ନିଜ ମାଆର ଗଳା ଚିପି ହତ୍ୟା କଲା ୨୩ ବର୍ଷିଅ ମଡେଲ୍‌ ପୁଅ

ମୁମ୍ବାଇ: ଜଣେ ୨୩ ବର୍ଷିଅ ମଡେଲ୍‌ ଲକ୍ଷ ସିଂହ ତାଙ୍କ ମାଆଙ୍କର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି। ଓସିଓ୍ଵାରା ପୁଲିସ୍‌ ପକ୍ଷରୁ ଜାଣିବାକୁ ମିଳିଛି ଯେ ଘଟଣାର ତଦନ୍ତ କରାଯିବା ପରେ ଲକ୍ଷଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଛି।

ଜାଣିବାକୁ ମିଳିଛି ଯେ ମଡେଲ୍‌ ଜଣକ ଲୋଖେଣ୍ଡଓ୍ଵାଲା ଅଞ୍ଚଳରେ ନିଜ ମହିଳା ସାଥୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଶନିବାର ତାଙ୍କୁ କୋର୍ଟ ପଠାଯାଇଛି। ଏହା ବ୍ୟତୀତ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ତାଙ୍କୁ ପୁଲିସ୍‌ ହେପାଜତ୍‌ରେ ରଖାଯାଇଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଉଭୟ ମାଆ ଓ ପୁଅ ଡ୍ରଗ୍ସ ନେଉଥିଲେ। ବାସ୍ତବରେ ମାଆ ପୁଅଙ୍କ ଭିତରେ ଏପରି କ’ଣ ଘଟିଲା ଯେ ମଡେଲ୍‌ ଜଣକ ନିଜର ଜନ୍ମ କଲା ମାଆଙ୍କୁ ହତ୍ୟା କରି ଦେଲେ ତାହା ଜାଣିବା ପାଇଁ ପୁଲିସ୍‌ ତଦନ୍ତ କରିବ ବୋଲି ସୂଚନା ରହିଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଟଙ୍କାକୁ ନେଇ ମାଆ ପୁଅଙ୍କ ଭିତରେ ମନମାଳିନ୍ୟ ହୋଇଥିଲା। ବୁଧବାର ରାତିରେ ଡ୍ରଗ୍ସ ନେଇ କରି ଆସିଥିବା ମଡେଲ୍‌ ଜଣକ ଭାରସାମ୍ୟ ହରାଇ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର